ନୟାଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳର ନୂତନ ସଂଗଠନ କର୍ମକର୍ତ୍ତା ନିଯୁକ୍ତ

NAYAGADA TODAY-ନୟାଗଡ଼ ସାଂଗଠନିକ ଜିଲ୍ଲା ବିଜୁ ମହିଳା ଜନତା ଦଳର ନୂତନ ଜିଲ୍ଲା କମିଟି ଗଠନ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏହି ନିଯୁକ୍ତି ସମ୍ପର୍କିତ କାର୍ଯ୍ୟାଳୟ ଆଦେଶ ଜାରି କରିଛନ୍ତି। ନଭେମ୍ବର ୪ ତାରିଖରେ ଜାରି ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ। ନୂତନ କମିଟିରେ ୯ ଜଣ ଉପସଭାପତି, ୧୨ ଜଣ ସାଧାରଣ ସମ୍ପାଦକ, ୨୪ ଜଣ ସମ୍ପାଦକ ଏବଂ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତ କରାଯାଇଛି।ଉପସଭାପତି ଭାବେ ଝିଲି ପ୍ରଧାନ, ଲକ୍ଷ୍ମୀପ୍ରିୟା ସାହୁ, କାମିନୀ ନାୟକ, ପ୍ରତିଭା ରାଣୀ ମହାନ୍ତି, କମଳାକ୍ଷୀ ଦେବୀ ଦର୍ଶନୀ, ପୁଷ୍ପାଞ୍ଜଳି ସାହୁ, ସତ୍ୟଭାମା ନାୟକ, ରଞ୍ଜିତା ସାହୁ ଓ ନଳିନୀ ମହାପାତ୍ର ନିଯୁକ୍ତ ହୋଇଛନ୍ତି। ସାଧାରଣ ସମ୍ପାଦକ ଭାବେ ଅନସୂୟା ପାଣିଗ୍ରାହୀ, ଗୀତା ସ୍ୱାଇଁ, ସ୍ୱୟଂପ୍ରଭା ରଥ, ଚାନ୍ଦିନୀ ରାଉତ, ସୁମିତ୍ରା ସାହୁ, ନମିତା ମହାପାତ୍ର, ମାନସୀ ପଟ୍ଟନାୟକ, ନିର୍ମଳା ସାହୁ, ଜାନକୀ ଧୁରୀ, ସୁଶ୍ରୀମୟୀ ସାମନ୍ତରାୟ, କଲ୍ୟାଣୀ ସାହୁ ଓ ଉର୍ମିଳା ବାରିକଙ୍କୁ ଦାୟିତ୍ୱ ଦିଆଯାଇଛି।ସେହିପରି ସମ୍ପାଦକ ଭାବେ ହରଷା ନାୟକ, ବିମଳା ପ୍ରଧାନ, ରଶ୍ମିତା ଦେଇ, ସୌଭାଗିନୀ ସାହୁ, ସୁନୀତା ବାରିକ, ଶ୍ୱେତଲିନା ସାରଙ୍ଗୀ, ଯମୁନା ଦେଇ, ନିବେଦିତା ଦାସ, ସୁନେଲି ଦଳବେହେରା, ପ୍ରମୋଦିନୀ ବିଶ୍ୱାଳ, ଦୀପା ବିଶୋଇ, ଭାଗ୍ୟଶ୍ରୀ ମହାପାତ୍ର, ସୁଜାତା ଗୁମାନସିଂହ, ପୁଷ୍ପାଞ୍ଜଳି ମିଶ୍ର, ଗୀତାଞ୍ଜଳି ରାଉତ, ସୁସମା ବେହେରା, ସସ୍ମିତା ଦଳେଇ, ସନ୍ଧ୍ୟାରାଣୀ ବେହେରା, ସନ୍ଧ୍ୟାରାଣୀ ପ୍ରଧାନ, ସୁବାସିନୀ ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ଅସମଲ, ନିରୁପମା ପାତ୍ର, ହରପ୍ରିୟା ଦାଶ ଓ ଲତା ସେନାପତିଙ୍କୁ ନିଯୁକ୍ତ କରାଯାଇଛି। ସାଗରିକା ଶତପଥୀଙ୍କୁ ଜିଲ୍ଲା କମିଟିର କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ନୂତନ କମିଟି ଜିଲ୍ଲାରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଦଳୀୟ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବ ବୋଲି ଆଶା ପ୍ରକାଶ ପାଇଛି। ନବ ନିଯୁକ୍ତ ମହିଳାମାନେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ ମହିଳା ସଭାପତି ସ୍ନେହାଙ୍ଗୀନ ଛୁରିଆ, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖଣ୍ଡପଡାର ବିଜେଡ଼ି ନେତା ବେଣୁଧର ପ୍ରଧାନ ଓ ରାଜ୍ୟ ବିଜେଡ଼ି ନେତ୍ରୀ ଇରାନୀ ରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

You might also like