Skip to content

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାୟାକଳ୍ପ ଟିମ, ବିଭିନ୍ନ ଦାବୀ ନେଇ ଭେଟିଲେ ସାମାଜିକ ସଂଗଠନ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ମାନ ନିରୀକ୍ଷଣ ପାଇଁ ଆସିଥିବା କାୟାକଳ୍ପ ଟିମକୁ ଭେଟି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ଅସୁବିଧାକୁ ନେଇ ଅଖିଳ ଭାରତ ଯୁବଛାତ୍ର ସଂସଦର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ଦ୍ଵାରା ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ସଚିବଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ୭ ଦଫା ଦାବୀରେ ସଂଗଠନ ପକ୍ଷରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ନୂତନ ସୁବିଧା ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଇଅଛି।

ଏହି ଦାବୀଗୁଡିକ ଯଥା- ICU ର ବ୍ୟବସ୍ଥା, ବର୍ଣ୍ଣିଂ ୱାର୍ଡ ପାଇଁ ସମସ୍ତ ଉପକରଣ, ଅସ୍ଥି ଶଲ୍ୟ ଓ ଇ ଏନ ଟି ବିଭାଗରେ ଅସ୍ତ୍ରୋପଚାର ସୁବିଧା, ନୟାଗଡରେ ବଢୁଥିବା କିଡନୀ ରୋଗୀ ସଂଖ୍ୟାକୁ ଆଖି ଆଗରେ ରଖି ନୟାଗଡରେ କିଡନୀ ସ୍ପେସିଅଲିଟି(ନେଫ୍ରୋଲୋଜି), କାର୍ଡିଓଲୋଜି ଓ gyastroenterology ଭଳି ବିଭାଗ ସୃଷ୍ଟି କରାଯାଉ ଏହି ଚିକିତ୍ସାଳୟକୁ ସୁପର ସ୍ପେସିଅଲିଟି
ହସ୍ପିଟାଲ କରିବା, ନୟାଗଡ଼ ସଦର ମହକୁମାରେ ଏକ ମେଡିକାଲ କଲେଜ ଇତ୍ୟାଦି ପ୍ରମୁଖ ।

Ad 1