ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ କଣ୍ଟିଲୋ ଅଂଚଳର ପ୍ରସିଦ୍ଧକଣ୍ଟେଇମୁଣ୍ଡି ବାଇଗଣ କୁ ଜିଆଇ ଟ୍ୟାଗ ମିଳିଛି,, ଏସମ୍ପର୍କ ରେ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ପ୍ରଦାନ କରିଛନ୍ତି, ଗତ ସେପ୍ଟେମ୍ବର ମାସ ରେ ଜିଆଇ ଟ୍ୟାଗ ନିମନ୍ତେଓଡିଶା ର 8ଟି ତାଲିକା ଭୁକ୍ତହୋଇଥିବା ବେଳେ ଏହା ମଧ୍ୟ ରେ କଣ୍ଟେଇ ମୁଣ୍ଡି ବାଇଗଣ ସ୍ଥାନ ପାଇ ଥିଲା,ଆପତ୍ତି ଅବଧି ଶେଷ ହେବାପରେ ଏ ନେଇ କୌଣସି ଆପତ୍ତି ଅଭିଯୋଗ ଆସି ନଥିବାରୁ ଉକ୍ତ ବାଇଗଣ କୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ କରାଯାଇଥିବା ଜିଲ୍ଲା ପାଳ ସୂଚନା ଦେଇଛନ୍ତି,2011ଫେବୁଆରି ରେ ଭୁଗଳିକ ମାନ୍ୟତା ବା ଜିଓଗ୍ରାଫିକଲ ଇଣ୍ଡିକେସନ ଜିଆଇ ଟ୍ୟାଗ କତୃପକ୍ଷ ଚେନ୍ନାଇ ଙ୍କୁ ମାନ୍ୟତା ଲାଗି ଆବେଦନ କରାଯାଇଥିଲା,

ନୀଳମାଧବ କୃଷି ସଂଗଠନ ବାଣପୁର, ସିଧାମୂଳା, ଜିଆଇ ମାନ୍ୟତା ନିମନ୍ତେ ଆବେଦନ କରିଥିଲେ, ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଏଥିରେ ସହଯୋଗ କରିଥିଲେ, ଉକ୍ତ ବାଇଗଣ ଜିଆଇ ମାନ୍ୟତା ପାଇ ଥିବାରୁ ଜିଲ୍ଲା ବ୍ୟାପି ଖୁସି ପ୍ରକାଶ ପାଇଛି, କଣ୍ଟେଇ ମୁଣ୍ଡି ବାଇଗଣ ଖଣ୍ଡ ପଡା ବ୍ଳକ ର ବଡ଼ ବାଣପୁର, ରତନପୁର, ସମେତ ଭାପୁର ବ୍ଳକ ର,ଧାନ ଚେଙ୍ଗଡ଼ା , ଲକ୍ଷ୍ମୀ ପ୍ରସାଦ, କୁମୁଣ୍ଡି, ଫତେଗଡ଼ ଅଂଚଳ ରୁ ପ୍ରଥମେ ଚାଷ ଆରମ୍ଭ ହୋଇଥିଲା, ପରବର୍ତୀ ଅବସ୍ଥା ରେ ଜିଲ୍ଲା ର ବିଭିର୍ନ ସ୍ଥାନ ରେ ଏହା ଚାଷ ହେଉଛି, ଉକ୍ତ ବାଇଗଣ ଶହେ ବର୍ଷ ରୁ ଅଧିକ ସମୟହେବ ଚାଷ ହେଇ ଆସୁଛି, ସ୍ଥାନୀୟ ଚାଷୀ ମାନେ ନୀଳମାଧବ କଣ୍ଟିଲୋ ର ନାମ ଅନୁସାରେ ଏହାକୁ କଣ୍ଟେଇ ମୁଣ୍ଡି ବାଇଗଣ ଭାବେ ନାମିତ କରିଥିଲେ, ଉଭୟ ଖରିଫ ଓ ରବି ଋତୁ ରେ ଏହା ଚାଷକରା ଯାଇ ଥାଏ, ଅନ୍ୟାନ୍ୟ ବାଇଗଣ ତୁଳନା ରେ ବେଶ ଛୋଟ ହୋଇଥିବା ବେଳେ ଏହାର ଡେମ୍ଫ ଠାରୁ ଆରମ୍ଭ କରି ଗଛ କଣ୍ଟା ରେ ଭର୍ତି ହୋଇଥାଏ,

ଏହି ବାଇଗଣ ର ଓଜନ 25ଗ୍ରାମ ଠାରୁ ଆରମ୍ଭ କରି 50ଗ୍ରାମ ମଧ୍ୟ ରେ ହୋଇଥାଏ, ଉକ୍ତ ବାଇଗଣ ମଧ୍ୟ ରେ ଅତ୍ୟନ୍ତ ମଞ୍ଜି ଏହାକୁ ବେଶ ସ୍ୱାଦିଷ୍ଟ କରିଥାଏ, ଅମଳ ପରେ ଏହାକୁ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ସାଇତି ରଖି ହୁଏ,
,61ରୁ 65ସେମି ପର୍ଯ୍ୟନ୍ତ ଉକ୍ତ ଗଛ ର ଉଚତା ରହୁଥିବା ବେଳେ ଗୋଟିଏ ଗଛ ରେ 8ରୁ 10ଟି ବାଇଗଣ ଫଳି ଥାଏ, ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଅନିଲ କୁମାର ସ୍ୱାଇଁ, ବୈଜ୍ଞାନିକ ଶୁଚିସ୍ମିତା ଦିବେଦୀ ଙ୍କ ସମେତ ଜିଲ୍ଲା ଉଦ୍ୟାନ କୃଷି, ରାଜସ୍ୱ ବିଭାଗ, ଉକ୍ତ ବାଇଗଣ କୁ ଜିଆଇ ଟ୍ୟାଗ ର ମାନ୍ୟତା ନେଇ ବିଶେଷ ସହଯୋଗ କରିଥିଲେ, ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିବା ଶ୍ରୀମତୀ ଦିବେଦୀ ଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ,