ନୟାଗଡ଼ ପିଟିଏସ ପଡିଆ ରେ 78ତମ ସ୍ୱାଧୀନତା ଦିବସ ପାଳିତ

ନୟାଗଡ଼ ପିଟିଏସ ପଡିଆ ରେ ଜିଲ୍ଲା ସ୍ତରୀୟ 78ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି, ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇ ପତାକା ଉତୋଳନ କରିଥିଲେ, ଜିଲ୍ଲା ବାସୀଙ୍କ ଉଦେଶ୍ୟ ରେ ଅଭିଭାଷଣ ରଖିଥିଲେ,78ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଉପସ୍ଥିତ ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ବୁଦ୍ଧି ଜୀବି, ବରିଷ୍ଠ ନାଗରିକ ପ୍ରଶାସନିକ ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧି,, ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ପିଲାମାନେ ଓ ଉପସ୍ଥିତ ଜନ ସାଧାରଣ ଙ୍କୁ ଜିଲାପାଳ ଶୁଭେତ୍ସା ଜଣାଇଥିଲେ, ଆଜକୁ 67ବର୍ଷ ପୂର୍ବେ ଏହି ଦିନେ ଆମେ ଇଂରେଜ କବଳ ରୁ ମୁକ୍ତ ହୋଇ ସ୍ୱାଧୀନ ହୋଇଥିଲୁ,

ଦୀର୍ଘ ଦିନ ର ପରାଧୀନତା ପରେ ଶୃଙ୍ଖଳ ରୁଭାରତ କୁ ମୁକ୍ତ କରିବା ପାଇଁ ଜାତିର ଜନକ ମହାତ୍ମା ଗାନ୍ଧି ପଣ୍ଡିତ ନେହେରୁ, ସର୍ଦାର ପଟେଲ, ନେତାଜୀ ସୁବାଷ ବୋଷ, ଗୋପବନ୍ଧୁ ଆଦି ଅନେକ ଯୋଗ ଜନ୍ମା ସ୍ୱଧିନତା ସଂଗ୍ରାମୀ ଙ୍କ ତ୍ୟାଗ ଓ ବଳି ଦାନ ଫଳ ରେ 1947ମସିହା ଅଗଷ୍ଟ 15ତାରିଖ ଦିନ ଭାରତ ସ୍ୱାଧୀନ ହୋଇଥିଲା,, ଯେଉଁ ମାନେ ସ୍ୱାଧୀନ ଆଣିଛନ୍ତି ସେମାନେ ଅମର, ତଥା ଚିର ନମସ୍ୟ, ଭାରତ ସ୍ୱାଧୀନ ଆନ୍ଦୋଳନ ରେ ଓଡିଶା ର ତଥା ନୟାଗଡ଼ ର ଅବଦାନ କମ ନଥିଲା,, ଜିଲ୍ଲା ର ଅଗଣିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବିରତ୍ୱ ପୁର୍ଣ ସଂଗ୍ରାମ କୁ ମନେ ପକାଇ ମୁଁ ନିଜକୁ ଗୌରବ ମନେ କରୁଛି, ବୀର ଯୋଦ୍ଧା ମାନଙ୍କ ର ଦାନ ମଧ୍ୟ ଅତୁଳନୀୟ,ଯେଉଁ ସ୍ୱାଧୀନତା ସଂଗ୍ରାମୀ ମାନେ ଜୀବିତ ଅଛନ୍ତି ସେହି ମହା ମାନବ ଙ୍କୁ ବିନମ୍ର ସଂମ୍ମାନ ପ୍ରଦର୍ଶନ କରିବା ସହ ସେମାନଙ୍କର ଦୀର୍ଘ ଜୀବନ କାମନା କରିଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ,

ନୟାଗଡ଼ ମାଟି କଳା ସଂସ୍କୃତି ର ମାଟି,ଦେବା ଦେବୀ ପୀଠ ଓ ସଂସ୍କୃତି କ୍ଷେତ୍ର ଜିଲ୍ଲା କୁ ମହିମା ମଣ୍ଡିତ କରୁଛି,, ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା,, କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ପାଳ ଦିଲ୍ଲୀପ କୁମାର ବଳ, ରୋଜିନା ଦାସ, ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ କର୍ଣଦେବ ସମାଦାର, ତହସିଲଦାର ରାଜେଶ କେଶରୀ ସ୍ୱାଇଁ, ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରି ଯୋଗ ଦେଇ ଥିଲେ, ନୟାଗଡ଼ ବିଡ଼ିଓ ପଦ୍ମ ଚରଣ ସାହୁ ମଞ୍ଚ ସଂଯୋଜନା କରିଥିଲେ, ସୂଚନା ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଧନ୍ୟ ବାଦ ଅର୍ପଣ କରିଥିଲେ,

You might also like