ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧ୍ୟୀକ୍ଷକ ରାହୁଲ ଜୈନ ଆଜି ଇନିସ୍ପେକ୍ଟର ଓ ସବ୍ଇନିସ୍ପେକ୍ଟର ସ୍ତରରେ ଅଦଳବଦଳ କରିଛନ୍ତି । ନୟାଗଡ଼ ଟାଉନ ଥାନାରେ ନୂତନ ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କୁ ବଦଳି କରିଛନ୍ତି । ଗତ କାଲି ତାଙ୍କର କମିଶନରେଟ ପୁଲିସରୁ ନୟାଗଡ଼କୁ ବଦଳି ହୋଇଥିଲା ।ଏସଟିପିଓ ଅଫିସରେ ଆଟାଚ୍ ଥିବା
ଇନିସପେକ୍ଟର ଶରତ ଚନ୍ଦ୍ର ସେଠୀଙ୍କୁ ସଦର ଥାନାର ଅତିରିକ୍ତ ଆଇଆଇସି ଭାବେ ବଦଳି କରିଛନ୍ତି ।
ରଣପୁର ଥାନାରେ ଥିବା ସବ୍ଇନିସ୍ପେକ୍ଟର ବିରଞ୍ଚି ନାରାୟଣ ଅମାତଙ୍କୁ ମହିପୁର ଆଉଟପୋଷ୍ଟକ୍ ବଦଳି ହୋଇଛି । ମହିପୁର ଆଉଟପୋଷ୍ଟରେ କାର୍ଯ୍ୟରତ ସବ୍ଇନିସ୍ପେକ୍ଟର ଡ଼ି. ଅଙ୍କେତ ରାଓ ଦୋରାଙ୍କର ନୂଆଗାଁ ଥାନାକୁ ବଦଳି ହୋଇଛି । କଟକ ଜିଲ୍ଲାରୁ ନୟାଗଡ଼ ବଦଳି ହୋଇ ଆସିଥିବା ସବ୍ଇନିସ୍ପେକ୍ଟର କାଞ୍ଚନଲତା ସେଠୀଙ୍କର ରଣପୁର ଥାନାକୁ ବଦଳି ହୋଇଛି । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ