ନୟାଗଡ଼ ପୋଲିସ ରିଜର୍ଭ ପଡିଆ ଠାରେ 62ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ସୂଚନା ଅନୁସାରେ ଆଜି ସକାଳ 8ଘଟିକା ସମୟ ରେ ପୋଲିସ ରିଜର୍ଭ ପଡିଆ ଠାରେ 62ତମ ଗୃହ ରକ୍ଷୀ ପ୍ରତିଷ୍ଠା ଦିବସପାଳିତ ହୋଇଛି, ମୁଖ୍ୟ ଅତିଥି ଭାବେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଯୋଗ ଦେଇ ଥିଲେ, ଆରକ୍ଷୀ ଅଧିକ୍ଷକ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ, ଏହି ଅବସର ରେ ମୁଖ୍ୟ ଅତିଥି ଗୃହ ରକ୍ଷୀ ମାନଙ୍କ କାର୍ଯ୍ୟ କୁ ପ୍ରଶଂସା କରିଥିଲେ, ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ଗୃହ ମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟ ମନ୍ତ୍ରୀ, ପଠାଇଥିବା ବାର୍ତା କୁ ମୁଖ୍ୟ ଅତିଥି ପଠନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ପ୍ୟାରେଡ କମାଇଣ୍ଡର, ଅଶୋକ କୁମାର ସେଠି ପ୍ୟାରେଡ ପରିଚାଳନା କରିଥିଲେ, ଦ୍ୱିତୀୟ କମାଇଣ୍ଡର ଭାବେ କୃଷ୍ଣ ଚନ୍ଦ୍ର ସାହୁ ସହାୟତା କରିଥିଲେ,ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା,ସନାତନ କାଲୋ,ଡିଆଇଜି,ଡ଼ିଏସ୍ପି ଦିନେଶ କୁମାର ନାୟକ,ସଦର ଏସଡିପିଓ ସୁଦର୍ଶନ ଗlଙ୍ଗୋଇ ଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ

You might also like