ନୟାଗଡ଼ ପୌରାଞ୍ଚଳ ଅଧୀନ 1ନମ୍ବର,2ନଂ,3ନଂ ଓ 16ନଂ ୱାର୍ଡ଼ କୁ ନେଇ ଆମ ଓଡିଶା, ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି,ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୁଖ୍ୟଅତିଥିଭାବରେ ଯୋଗ ଦେଇ ଥିଲେ,

ସଂମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରାଧକ୍ଷା ନିରୁପମା ଖଟେଇ,, ଗୁରୁପ୍ରସାଦ ଜେନା, ତଥା କାର୍ୟନିର୍ବାହୀ ଅଧିକାରୀ, ଓ ସମସ୍ତ କାଉନସିଲର ଉପସ୍ଥିତ ଥିଲେ, ମୁଖ୍ୟ ଅତିଥି ଡ଼ ସାହୁ ନୟାଗଡ଼ ବିକାଶ ଉପରେ ବକ୍ତବ୍ୟ ରଖି ଥିବା ବେଳେ, ଜିଲ୍ଲା ବାହାର ଲୋକ ମାନେ ନୟାଗଡ଼ ଦେଇଯିବା ବେଳେ ସେମାନେ ଯେଉଁ ପ୍ରଶଂସାକରୁ ଛନ୍ତି ଏହା ଆମ ପାଇଁ ଗର୍ବ ଓ ଗୌରବ କଥା ବୋଲି ପ୍ରକାଶ କରିଥିଲେ,ନୟାଗଡ଼ ସହର ରେ ଲୋକ ସଂଖ୍ୟା ବୃଦ୍ଧି କୁ ଦେଖି ବିଭିର୍ନ କାର୍ଯ୍ୟକ୍ରମ ହାତ କୁ ନିଆ ଯାଉଥିବା ବେଳେ ନୟାଗଡ଼ ସହର ସଂମ୍ମାନ ରେ ସହର ଭାବେ ପରିଗଣିତ ହୋଇଛି,

ଏଥି ସହିତ ନୟାଗଡ଼ ରେ ଶାନ୍ତି ପ୍ରତିଷ୍ଠା ହେଇ ଥିବାରୁ ଏଭଳି ବିକାଶ ଧାରା ଜାରୀ ରହିଛି,ବିଭିନ୍ନ ଉର୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ବିଭିର୍ନ ସାହାଯ୍ୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକହାତ ବଢ଼ାଇଦେଇ ଛନ୍ତି,ବିକାଶ ମୂଳକ କାର୍ଯ୍ୟ ସମ୍ପର୍କ ରେ ଲୋକ ମାନଙ୍କୁ ସଚେତନତା କରାଇଥିଲେ,ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ