Skip to content

ନୟାଗଡ଼ ପୌର ପରିଷଦ ପକ୍ଷରୁ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ସ୍ବାୟତ ଶାସନ ଦିବସ ପାଳିତ

ନୟାଗଡ଼ ପୌର ପରିଷଦ ପକ୍ଷରୁ 12ଘଟିକା ସମୟ ରେ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହା ସମାରୋହ ରେ ପାଳିତ ହୋଇଛି, ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ଥିଲେ, ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇଥଲେ, ନୟାଗଡ଼ ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ସଂମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଜିଲ୍ଲା ପୌର ଉର୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସୁମନ ବେହେରା, ପୌର ପରିଷଦ ଉପାଧକ୍ଷ ଗୁରୁପ୍ରସାଦ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହ ଲତା ଆଚାର୍ଯ୍ୟ, ସୂଚନା ଲୋକ ସମ୍ପର୍କ ଅଧକାରୀ ସୁରେନ୍ଦ୍ର କୁମାର ସାହୁ ଓ ସମସ୍ତ କାଉନସିଲର ମାନେ ଉପସ୍ଥିତ ଥିଲେ,, ନିର୍ବାହୀ ଅଧିକାରୀ ବିକାଶ ମୂଳକ କାର୍ଯ୍ୟ ର ସୂଚନା ପ୍ରଦାନ କରିଥିବା ବେଳେ ଆଗାମୀ ବିକାଶ ମୂଳକ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରକାଶ କରିଥିଲେ, ସହର କୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ଙ୍କ ଯୋଗ ଦାନ ନିହାତି ଆବଶ୍ୟକ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ଅତିଥି ଡ଼ ଅରୁଣ କୁମାର ସାହୁ ସହର ରେ ବସବାସ କରୁଥିବା ସମସ୍ତ ଜନ ସାଧାରଣ ସାମୁହିକ ସମ୍ପତି କୁ ନିଜର ସମ୍ପତି ଭାବି ଏହାର ଯତ୍ନ ନେବା ,

ଏଥି ସହିତ ବହୁ ମୂଲ୍ୟ ବ୍ୟୟ ରେ ନିର୍ମାଣ ହୋଇଥିବା ମାଛ ମାର୍କେଟ ଚାଲୁ କରିବା ପାଇଁ ତୁରନ୍ତ ପୌର ପରିଷଦ ପକ୍ଷରୁ ସଂକଳ୍ପ ନେବା ପାଇଁ ପରାମର୍ଶ ଦେଇ ଥିଲେ, ଏହି ଅବସରରେ ମୁଖ୍ୟ ବକ୍ତା ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜୟ ଜଗନ୍ନାଥ, ଓ ଆମ ପାଇଁ ବଡ଼ ଆମ ନୟାଗଡ଼ ର ଆହ୍ୱାନ ଦେଇ ଥିଲେ, ଜନ ସାଧାରଣ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସରସ ସୁନ୍ଦର ସହର ଗଠନ ପାଇଁ ପରାମର୍ଶ ଦେଇ ନୟାଗଡ଼ ସହର ର ବିକାଶ ପାଇଁ ମୁଁ ସଦା ସର୍ବଦା ପ୍ରସ୍ତୁତ ଅଛି ବୋଲି ବକ୍ତବ୍ୟ ରଖିଥିଲେ,

ନୟାଗଡ଼ ପୌର ପରିଷଦ ପକ୍ଷରୁ ସକାଳୁ ରାମ ଧୁନ କାର୍ଯ୍ୟକ୍ରମ, ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ସହ କୃତି ଛାତ୍ର ଛାତ୍ରୀ ଙ୍କ ପୁରସ୍କାର ବଣ୍ଟନ କରାଯିବା ସହ ସଫେଇ କର୍ମଚାରୀ ମାନଙ୍କୁ ପୋଷକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ରକଷ୍ଟାର ଡ୍ୟାନ୍ସ ଗ୍ରୁପ ପକ୍ଷରୁ ସଫେଇ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା, ସାମ୍ବାଦିକ ରାମକୃଷ୍ଣ ରଥ ମଞ୍ଚ ସଂଯୋଜନା କରିଥିଲେ

Ad 1