ନୟାଗଡ଼ ବନଖଣ୍ଡ ପକ୍ଷରୁ 75ତମ ଜିଲ୍ଲା ସ୍ତରୀୟ ବନମହୋତ୍ସବ ପାଳିତ

ରାଜ୍ୟ ସରକାର ଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପତିବର୍ତ୍ତନ ବିଭାଗ, ଓ ନୟାଗଡ଼ ବନଖଣ୍ଡ ପକ୍ଷରୁ 75ତମ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତହୋଇଛି, ଏହି ଅବସର ରେ ଆଜି ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି,

ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲାପାଳ ସ୍ୱଧାଦେବ ସିଂ, ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ବନ ଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅଧିକାରୀ ଫାଲଗୁନି ସାରଥୀ ମଲ୍ଲିକ ନୟାଗଡ଼ ରୋଟାରି କ୍ଳବ ର ସଭାପତି ଶ୍ରୀକାନ୍ତଖଟେଇ, ସମ୍ପାଦକ ଅଭିନାଥ ସାହୁ ପ୍ରମୁଖ ଯୋଗ ଦେଇ ଥିଲେ, ଏହି ଅବସର ରେ ସମସ୍ତ ଛାତ୍ର ଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ, ଏଥି ସହିତ ଅତିଥି ମାନେ ବୃକ୍ଷ ରୋପଣ କରି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ

You might also like