ଆଜିକାଲିର ଆଧୁନିକ ଯୁଗରେ ବହୁ ଲୋକ ନିଜର କିମ୍ଵା ନିଜ ପିଲା ମାନଙ୍କର ଜନ୍ମ ଦିନ ବିଭିନ୍ନ ହୋଟେଲ ଓ ପାର୍କ ମାନଙ୍କରେ ପାଳନ କରୁଛନ୍ତି । ଅନେକ ବ୍ୟକ୍ତି ଆଜି କାଲିର ଚାକଚକ୍ୟ ରୁ ଓହରି ବିଭିନ୍ନ ବୃଦ୍ଧାଶ୍ରମ ଓ ବିଭିନ୍ନ ମନ୍ଦିର ମାନଙ୍କରେ ଜନ୍ମ ଦିନ ପାଳନ କରୁଥିବା ଦେଖିବାକୁ ମିଳୁଛି । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ନୟାଗଡ଼ ଡିଆରଡିଏ ରାସ୍ତା ଲେଖନପୁରଠାରେ ଥିବା ବୃଦ୍ଧାଶ୍ରମ (ସମର୍ପଣ) ରେ ପ୍ରଥମ ଜନ୍ମ ବାର୍ଷିକ ପାଳନ କରିଛନ୍ତି ଆୟୁଷ୍ମିତା ସିଂ । ଭୁବନେଶ୍ଵରରେ ବାସ କରୁଥିବା ଦମ୍ପତି ଆଶିଷ ସିଂ ଓ ସୁଚିଷ୍ମିତା ସିଂ ଙ୍କ ଏକମାତ୍ର ଝିଅ ଆୟୁଷ୍ମିତା ସିଂଙ୍କର ଆଜି ପ୍ରଥମ ଜନ୍ମ ବାର୍ଷିକ ନୟାଗଡ଼ ବୃଦ୍ଧା ଶ୍ରମରେ ପାଳନ କରିଛନ୍ତି ।

ଅନ୍ତେବାସୀ ମାନଙ୍କ ଗହଣରେ କେକ୍ କଟାଯାଇ ସେମାନଙ୍କୁ ଫଳ ଓ ବ୍ରେଡ୍ ଆଦି ପ୍ରଦାନ କରାଯାଇଛି । ଅନ୍ତେବାସୀ ମାନେ ଆୟୁଷ୍ମିତାଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଖୁସି ବ୍ୟକ୍ତ କରିଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ