Skip to content

ନୟାଗଡ଼ ବୋଇତବନ୍ଦାଣ ଉତ୍ସବ ର ଦ୍ୱିତୀୟ ଦିନ, ଯୋଡିଶଙ୍ଖ, ଓ ରଣପା ର କମ୍ପିଲା ମଞ୍ଚ

ଉତ୍କଳୀୟ ପରମ୍ପରା ତଥା ଐତିହାସିକ ବୋଇତ ବନ୍ଦାଣ ପ୍ରଥା ର ସ୍ମୁତିଉଦେଶ୍ୟ ରେ ନୟାଗଡ଼ ପୁରୁଣା ସହର ର ମା ଦକ୍ଷିଣ କାଳୀ ଙ୍କ ଯାତ୍ରା ପଡିଆ ରେ ଅନୁଷ୍ଠିତ ହେଉଛି,ଦ୍ୱିତୀୟ ଦିବସ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଥିଲେ, ସଂମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରାଧ୍ୟାକ୍ଷା ନିରୁପମା ଖଟେଇ, ଜିଲାପରିଷଦ ସଦସ୍ୟ ଖିରୋଦ ମହାପାତ୍ର, କାଉନସିଲର ଦୀନବନ୍ଧୁ ଗୁରୁ, ଗୀତାଞ୍ଜଳି ସ୍ୱାଇଁ, ଅଳକା ନାୟକ, ସ୍ୱୟଂପ୍ରଭା ମିଶ୍ର, ଉର୍ମିଳା ଜେନା, ସୁନିତା ମହାପାତ୍ର, ଲକ୍ଷ୍ମୀ ଧର ମହାପାତ୍ର, ଓ କିସାନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ,

ଏହି ଅବସର ରେ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମହାପାତ୍ର ତାଙ୍କ ଅଭିଭାଷଣ ରେ ଇଚ୍ଛା ଥିଲେ ପ୍ରତ୍ୟକ କାର୍ଯ୍ୟ ଅଧିକ ଆକର୍ଷଣୀୟ ହୋଇ ପାରିବ ବୋଲି ବକ୍ତବ୍ୟ ରଖିଥିଲେ, ପୁରୁଣା ସହର ବାସୀ ଙ୍କ ଇଛା ଶକ୍ତି ଅଧିକ ଥିବାରୁ ବୋଇତ ବନ୍ଦାଣ ଉତ୍ସବ ସଫଳତା ର ସହ ପାଳନ ହେଉଛି, ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ଅଭି ଭାଷଣ ରେ ନୟାଗଡ଼ ସହର ରେ ବାରମାସ ରେ ତେର ପର୍ବ ଅନୁଷ୍ଠିତ ହେଉଛି ଯାହାକି ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ ବୋଲି କହିଥିଲେ, ଓଡ଼ିଶା ସବୁ କ୍ଷେତ୍ରରେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ ଭାରଗ୍ରହଣ କରିବାପରେ ଓଡ଼ିଶା ଉପରେ ଅନ୍ୟ ରାଜ୍ୟ ମାନେ ନିର୍ଭର କରୁଛନ୍ତି । ବୋଇତ ବନ୍ଦାଣ କମିଟିର ସଭାପତି କିଶାନ କୁମାର ଦାସ ସଭା ପରିଚାଳନା କରିଥିବା ବେଳେ ସାମ୍ବାଦିକ ରଜତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ନୟାଗଡ଼ର ରକ୍‌ଷ୍ଟାର୍ ଓ ବର୍ଷା ତ୍ୟାନ୍ସ ଗୃପର କଳାକାର ମାନଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । ଗଞ୍ଜାମର ଯୋଡି ଶଂଙ୍ଖ ଓ ରଣପା ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା । ଶିଳ୍ପିକା ଡ୍ୟାନ୍ସ ଗୃପ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି । ଗାୟିକା ସର୍ମିଷ୍ଠା ସରକାର ଓ ସିନେ ତାରକା ଚାନ୍ଦିନି ପରିଡା ଦର୍ଶକମାନଙ୍କୁ ବାନ୍ଧି ରଖିଛନ୍ତି ।

Ad 1