ଓଡ଼ିଆ ନାଟ୍ୟସାହିତ୍ୟ ର କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ନାଟ୍ୟକାର, ତଥା ନାଟ୍ୟ ନିର୍ଦେଶକ ପ୍ରlଧ୍ୟାପକ ରାମଚନ୍ଦ୍ର ମିଶ୍ର ଙ୍କ ଜୀବନୀ ପୁସ୍ତକ “ନନାଙ୍କ ଡ଼ାଏରି ନୟାଗଡ଼ ବ୍ଳକ ସଭା ଗୃହ ରେ ଅତିଥି ମାନଙ୍କ ଦ୍ୱାରା ପାଠକାର୍ପଣ ହୋଇଛି,,,ନାଟ୍ୟକାରଙ୍କ ସୁ ପୁତ୍ର ଡ଼. ଆଶୁତୋଷ ମିଶ୍ର ଙ୍କ ଦ୍ୱାରା ଲିଖିତ ଏହି ଜୀବନ ପୁସ୍ତକ ଉନ୍ମୋଚନ ସମାରୋହ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼. ଅରୁଣକୁମାର ସାହୁ ଯୋଗ ଦାନ କରିଥିଲେ, ଏହି ଅବସରରେ ଡ଼ ସାହୁ ତାଙ୍କ ବକ୍ତବ୍ୟ ରେ ଯିଏ ଅବସର ପରେ କର୍ମ ତତ୍ପର ରୁହେ ତାଙ୍କୁ ସହଜରେ ବାର୍ଦ୍ଧକ୍ୟ ଛୁଏଁ ନାହିଁ,

ବୋଲି କହି ଥିଲେ,ସମ୍ମାନିତ ଅତିଥି ଭାବରେ ନୟାଗଡ଼ ପୌର ପରିଷଦ ଅଧକ୍ଷା ନିରୁପମାଖଟେଇ, ପ୍ରକାଶକ ବନୋଜ ତ୍ରିପାଠୀ,, ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ତଥା ଗବେଷକ ଡ଼. ସନ୍ତୋଷ କୁମାର ତ୍ରିପାଠୀ, ଏବଂ ବରଣ୍ୟ ଅତିଥିଭାବେ ଔପନ୍ୟାସିକ ଡ଼. ଅଜୟ ସ୍ୱାଇଁ, ପ୍ରମୁଖ ଯୋଗ ଦାନ କରି ଓଡିଶା ର ସମୃଦ୍ଧ ନାଟ୍ୟ ପର ମ୍ପରା କୁ, ବେଗବାନ, ଗତିଶୀଳ ଓ ରୁଚିଶିଳ କରିବା ରେ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଙ୍କ ଭୁମିକା ଅନନ୍ୟ ବୋଲି ବର୍ଣନା କରିଥିଲେ ସୁଧା ସାଂସ୍କୃତିକ ଅନୁଷ୍ଠାନପକ୍ଷରୁ ଆୟୋଜିତ ଏହି ପାଠକାର୍ପଣ ଉତ୍ସବ ରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ପୌରହିତ୍ୟ କରିଥିବା ବେଳେ ଅଧ୍ୟାପକ ଡ଼ ଆଶୁତୋଷ ମିଶ୍ର ଉତ୍ସବ ସମ୍ବନ୍ଧିତ ସୂଚନା ଓ ଅତିଥି ପରିଚୟ ପ୍ରଦାନ,ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି ଉନ୍ମୋଚିତଜୀବନୀ ପୁସ୍ତକ ର ସମୀକ୍ଷା କରିଥିଲେ,

ସେହିପରି କବି ଗୋଦାବରୀଶ ମିଶ୍ର, ନାଟ୍ୟକାର ତଥା ଔପନ୍ୟାସିକ ବିଶ୍ଵନାଥ ମହାପାତ୍ର କବିୟତ୍ରୀ ପ୍ରବାସିନୀ ବରାଡ଼,ଓ ଅଧ୍ୟାପକ ସହଦେଵ ବେହେରା ପ୍ରମୁଖ ପୁସ୍ତକ ସମ୍ପର୍କ ରେ ପଠକୀୟ ମନ୍ତବ୍ୟ ପ୍ରଦାନ କରିଥିଲେ,ସଭାପ୍ରାରମ୍ଭ ରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସେମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପ ଗୁଚ୍ଛ ଓଉଢଉକନ ପ୍ରଦାନ କରାଯାଇ ମଞ୍ଚ କୁସ୍ୱାଗତ କରାଯାଇଥିଲା, ସଭାପ୍ରାରମ୍ଭ ରେ କବୟତ୍ରୀ ହର ପ୍ରିୟା ଦିବେଦୀ ମନ୍ତ୍ର ପାଠ କରିଥିବା ବେଳେ ଶେଷ ରେ କବି ଶେଖ ଅବଦୁଲ ଖାଲିକ ଧନ୍ୟବାଦ ପ୍ରଦାନ କରିଥିଲେ
