ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୫ ବର୍ଷିୟ ନାବାଳିକାଙ୍କୁ ଅସଦରାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ରହିଛନ୍ତି ।ଅସଦାଚାରଣ କରିଥିବା ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ପ୍ରତାପ କୁମାର ନାୟକ ବୋଲି ସୂଚନା ମିଳିଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁନାଖଳା ଫାଣ୍ଡି ଅଞ୍ଚଳର ଜୈନିକ ମହିଳା ଚିକିତ୍ସିତ ହେଉଥିଲେ । ଗତକାଲି ମହିଳାଙ୍କ ଦେହଟିକେ ଅଧିକ ସୁସ୍ଥ ହେବାରୁ ନାବାଳିକା ଝିଅ ଡାକ୍ତରଖାନା ପରିସରରେ ରହିଥିବା ନିରାମୟ କେନ୍ଦ୍ର କୁ ଔଷଧ ଆଣିବାକୁ ଯାଇଥିଲେ ।
ରାତି ପ୍ରାୟ ୯ଟା ସମୟରେ ନାବାଳିକା ଜଣଙ୍କ ଔଷଧ ଧରି ଲିଫ୍ଟ ଯୋଗେ ମେଡିସିନ ୱାର୍ଡ କୁ ଫେରୁଥିଲେ।ଲିଫ୍ଟମଧ୍ୟରେ ନାବାଳିକାଙ୍କୁ ଏକାକି ଦେଖି କର୍ମଚାରୀଙ୍କ ଅସଦାରଣ କରିଥିଲେ । କିଛି ରୋଗୀ ସମ୍ପର୍କିୟ ଏବଂ ଡାକ୍ତରଖାନା କର୍ମଚାରୀ ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ ।ନାବାଳିକାଙ୍କ ବାପା ଆଜି ଡାକ୍ତରଖାନାରେ ପହଞ୍ଚି ସମସ୍ତ ଘଟଣା ଜାଣିବା ପରେ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।