ନୟାଗଡ଼ ଜିଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଆସନ୍ତା ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି, ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ ଙ୍କ ସଭାପତିତ୍ବ ରେ ଏହି ବୈଠକ ଅନୁଷ୍ଠିତ ହୋଇଛି, ନୟାଗଡ଼ ଉପଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ, ଅଧିକ୍ଷକ, ନୟାଗଡ଼ ପୌରାଧକ୍ଷା, ଦେବୋତର ମ୍ୟନେଜର, ଓ ଜିଲ୍ଲା ଲୋକ ସମ୍ପର୍କ ଅଧକାରୀ ଏହି ବୈଠକ ଉପସ୍ଥିତ ରହିଥିଲେ, ରଥ ନିର୍ମାଣ ପାଇଁ କାଠ ଆବଶ୍ୟକ ହେଉଥିବା ବେଳେ କାଠ ଯୋଗାଇଦେବାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା, ଏଥି ସହିତ ମନ୍ଦିର ର ବିଭିର୍ନ ସମସ୍ୟା କୁ ନେଇ ଆଲୋଚନା କରାଯାଇଛି, ଏବର୍ଷ ଗୁଣ୍ଡିଚା ଦିନ ନେତ୍ରୋଶ୍ଚବ ଓ ନବ ଯୌବନ ଦର୍ଶନ ଗୋଟିଏ ଦିନ ରେ ପଡୁଥିବାରୁ ରଥ ଟଣା ସମୟ ବିଳମ୍ବ ହେବ ବୋଲି ଜଣାପଡିଛି,ଏ ବର୍ଷ ସୁନା ବେଶ କରିବା ପାଇଁ ପ୍ରସ୍ତାବ ଦିଆ ଯାଇଛି,ରଥ ଯାତ୍ରା ପ୍ରସ୍ତୁତି ବୈଠକ ରେ ମେଡିକାଲ ଷ୍ଟାଫ,ଓ ବିଦ୍ୟୁତ ବିଭାଗ ଆସିନଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା,ପ୍ରତ୍ୟକ ବର୍ଷ ଜଗନ୍ନାଥ,ବଳଭଦ୍ର, ଶୁଭଦ୍ରା,ଙ୍କ ତିନି ରଥ ଗୁଡିକ ରେ ନିର୍ମାଣ ପୁରୁଣା,ଓ ନୂଆ କାଠ ରେ ତିଆରି କରାଯାଇଥାଏ,ଏବର୍ଷ ଆବଶ୍ୟକ ହେଉଥିବା 70ଲଗ ଶାଳ କାଠ ଯୋଗାଇ ଦେବାକୁ ବନ ଖଣ୍ଡ ଅଧିକାରୀ କୁ ପତ୍ର ମାଧ୍ୟମ ରେ ଅନୁରୋଧ କରାଯାଇଥିଲା, ରଥ ନିର୍ମାଣ ନିମନ୍ତେ କାଠ ଯୋଗାଇବା ପାଇଁ ବ୍ୟବସ୍ଥା ନଥିବାରୁ ଏବର୍ଷ ଆବଶ୍ୟକୀୟ କାଠ ଦଶପଲ୍ଲା ରୁ କିଣାଯାଇ ଅଣାଯିବ ବୋଲି ସୂଚନା ମିଳିଛି,

ତିନି ଗୋଟି ରଥ ଗୁଡିକ ର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ ର ତତ୍ୱାବଧାନ ରେ ନିର୍ମାଣ କରାଯିବ, ଠାକୁର ଙ୍କ ରୀତି ନୀତି ଓ ବେଶ ସଠିକ ସମୟ ରେ କରାଯିବ, ଚଳିତ ବର୍ଷ ରଥ ଯାତ୍ରା ପାଇଁ ଆର୍ଥିକ ଅନୁଦାନ ନିମନ୍ତେ ଦେବୋତର ଆୟୁତ, ଓ ଆଇନ ବିଭାଗ ପ୍ରମୁଖ ସଚିବ ଙ୍କୁ ଚିଠି ପ୍ରଦାନ କରାଯାଇଛି, ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ରୀତି ନୀତି ଅନୁଯାୟୀ ଠାକୁର ଙ୍କ ଛେରା ପହଁରା କାର୍ଯ୍ୟ କରାଯିବ, ତିନି ଠାକୁର ଗୁଣ୍ଡିଚା ମଣ୍ଡପ ରେ ରହିବା ସମୟ ରେ ବିଭିର୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯାତ୍ରା ସମୟ ରେ ବଡ଼ଦାଣ୍ଡରେ ସଠିକ ଆଲୋକ ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଛି, ରଥ ଟଣା ଯିବା ସମୟ ରେ ଯାନବାହାନ ନିୟନ୍ତ୍ରଣ କରିବା ପାଇଁ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଙ୍କୁ ଅନୁରୋଧ କରାଯିବ ବୋଲି ଆଲୋଚନା ହୋଇଛି, ରଥ ଟଣା ସମୟ ରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଔଷଧ ସାମଗ୍ରୀ ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ ପାନୀୟ ଜଳ ଯୋଗାଣ,ପରିଷ୍କାର, ପରିଛ ର୍ଣ୍ଣ ତା,ଶାନ୍ତିଶୃଙ୍ଖଳା ଓ ସୂଚନା କେନ୍ଦ୍ର ପାଇଁ, ଗୁରୁତ୍ୱ ଦିଆ ଯାଇଛି,