ନୟାଗଡ଼ ରେ ବିଜେଡି ର ଫ୍ଲାଗ ମାର୍ଚ୍ଚ ହଜାର ହଜାର ଜନତା ସାମିଲ, ଦମ ଦେଖାଇଲେ ଅରୁଣ,10ହଜାର ଶଙ୍ଖ ପତାକା ଧରିଲେ 10ହଜାର କର୍ମୀ ପାଖେଇ ଆସୁଛି ନିର୍ବାଚନ ।
ନୟାଗଡ଼ ରେ ବିଜେଡି ର ଫ୍ଲାଗ ମାର୍ଚ୍ଚ ହଜାର ହଜାର ଜନତା ସାମିଲ, ଦମ ଦେଖାଇଲେ ଅରୁଣ,10ହଜାର ଶଙ୍ଖ ପତାକା ଧରିଲେ 10ହଜାର କର୍ମୀ ପାଖେଇ ଆସୁଛି ନିର୍ବାଚନ । ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ପ୍ରତ୍ୟେକ ଦଳ ପକ୍ଷରୁ ଚାଲିଛି ଅଙ୍କ କଷା । ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପ୍ରଚାର କାର୍ଯ୍ୟକୁ ଯୋରଦାର କରିବା ରେ ଲାଗିଛି । ପ୍ରତ୍ୟେକ ସଭାସମିତିରେ ବହୁ ମହିଳା ମାନେ ଯୋଗ ଦେଉଥିବା ଦେଖିବାକୁ ମିଳିଛି ।
ବିଜେଡି କୁ ଅଧୀକ ଶକ୍ତିଶାଳୀ କରିବା ପାଇଁ ଆପଣାଇଛି ନୂଆ ପନ୍ଥା, ବିଜେଡି ରୁ ବିଧାନ ସଭାଆସନ ରେ ଲଢୁ ଥିବା ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଙ୍କ ଗେମ ପ୍ଲାନ ରେ ଆସି ପାରୁନାହାନ୍ତି ବିରୋଧୀ,, ଆଜି ବିଜେଡି ଆରମ୍ଭ କରିଥିଲା ଫ୍ଲାଗ ମାର୍ଚ୍ଚ,, ଦୁର୍ଗା ପ୍ରସାଦ ଠାରୁ ଦକ୍ଷିଣ କାଳି ପଡିଆ ପର୍ଯ୍ୟନ୍ତ ଏହି ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା,ଆଜି ଏହି ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ରେ 10ହଜାର ରୁ ଉର୍ଦ୍ଧ ଛାତ୍ର ଯୁବ ଓ ବିଜେଡି ର ବରିଷ୍ଠ କର୍ମକର୍ତା ସାମିଲ ହୋଇଥିଲେ,10ହଜାର ବିଜେଡି ପତାକା ଧାରୀ 10ହଜାର ଲୋକ ,ନାରା ଦେଇ ଫ୍ଲାଗ ମାର୍ଚ୍ଚ କରିଥିଲେ,, ନବୀନ ପଟ୍ଟନାୟକ ଜିନ୍ଦାବାଦ,ଯୋଡି ଶଙ୍ଖ ନାରା ସହିତ ଅରୂପ ପଟ୍ଟନାୟକ ଜିନ୍ଦାବାଦ, ଅରୁଣ ଭାଇ ଜିନ୍ଦାବାଦ ନାରାରେ କମ୍ପିଥିଲା ନୟାଗଡ଼ ସହର, ଏହି ଫ୍ଲାଗ ମାର୍ଚ୍ଚ ରେ ବିଧାୟକ ଅରୁଣକୁମାର ସାହୁ ଙ୍କ ସମେତ ଇଂ ଦେବାଶିଷ ପଟ୍ଟନାୟକ, ଇରାନୀ ରାୟ, କିଶୋର ଚନ୍ଦ୍ର ସାହୁ, ନିରୁପମା ଖଟେଇ, ଲୋକନାଥ ସାହୁ, ଗୁରୁପ୍ରସାଦ ଜେନା, ଆଶିଷ ଅଗ୍ରୱାଲ, ସୁବାଷ କହଁର, ସରୋଜ ରଣସିଂ, ଖିରୋଦ ମହାପାତ୍ର, ଗଙ୍ଗାଧର ପଣ୍ଡା, ଅଜିତ ପ୍ରସାଦ ସାହୁ, ଦୁର୍ୟୋଧନ ବେହେରା, ନୀଳାମlଧବ ପଣ୍ଡା, ଙ୍କ ସହିତ ପୌରାଞ୍ଚଳ ର ସମସ୍ତ କାଉନ ସିଲର, ଓ ନୟାଗଡ଼ ବ୍ଳକ ର ସମସ୍ତ ସରପଞ୍ଚ,
ସମିତି ସଭ୍ୟ, ଓ ବରିଷ୍ଠ ବିଜେଡି ନେତା ମାନେ ସାମିଲ ଥିଲେ,ଏହି ଫ୍ଲାଗ ମାର୍ଚ୍ଚ କାର୍ଯ୍ୟକ୍ରମ ନୟାଗଡ଼ ବ୍ଳକ ଓ ନୟାଗଡ଼ ପୌରାଞ୍ଚଳ ବିଜେଡି କର୍ମୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା, ଆଜି ର ଏହି କାର୍ଯ୍ୟକ୍ରମ ଆସନ୍ତା ନିର୍ବାଚନ ପାଇଁ ବିଜେଡି କର୍ମକର୍ତା ଙ୍କୁ ଅଧିକ ଶକ୍ତି ଦେଇ ଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ଙ୍କ ମାନେ ମତ ଦେଇ ଛନ୍ତି, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ନୟାଗଡ଼ ବ୍ଲକ ଓ ନୟାଗଡ଼ ପୌରାଞ୍ଚଳର ନେତା ଓ କର୍ମୀ ମାନେ ଯୋଗ ଦେଇଛନ୍ତି । ଏହି ଅବସରରେ ଡ଼.ସାହୁ ନିର୍ବାଚନକୁ ଏକ ଯୁଦ୍ଧ କ୍ଷେତ୍ର ଭାବେ ଲଢିବାକୁ ପଡିବ ବୋଲି ପ୍ରକାଶ କରିଥିଲେ ।