Skip to content

ନୟାଗଡ଼ ରୋଟାରୀ ଭବନ ଠାରେ ଇନରହ୍ଵିଲର ଅଧିଷ୍ଠାନ ଦିବସ ପାଳିତ

ନୟାଗଡ଼ ରୋଟାରୀ ଭବନଠାରେ ଏକ ଅଗ୍ରଣୀ ଏବଂ ପ୍ରଥମ ଅନ୍ତଃରାଷ୍ଟ୍ରୀୟ ମହିଳା ସଙ୍ଗଠନ ଇନରହ୍ୱିଲର ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ଚେୟାରମ୍ୟାନ ନିରୁପମା ଖଟେଇ ଯୋଗଦେଇଥିଲେ । ଗତ ବର୍ଷର ସଭାପତି ସୌଦାମିନୀ ସ୍ୱାଇଁ ନୂତନ ଭାବେ ନିର୍ବାଚିତ ସଭାପତି ସରଳା ପଟ୍ଟନାୟକଙ୍କୁ ସଙ୍ଗଠନର ଦାୟିତ୍ଵ ହସ୍ତାନ୍ତର କରିଥିଲେ । ସମ୍ପାଦିକା ଭାବେ ସଞ୍ଜିଦା ବେଗମ ମନୋନୀତ ହୋଇଥିଲା । ସାରା ବିଶ୍ଵରେ ୯୦ ରାଷ୍ଟ୍ରରେ ପ୍ରଚଳିତ ହୋଇଆସୁଥିଲା । ଏହି କ୍ଲବ ନୂତନ ଶତକ ଆରମ୍ଭ କରିବାକୁ ଯାଉଛି ।

ସମସ୍ତେ ମିଳିତଭାବେ ଇନ୍‌ରହ୍ୱିଲପ୍ରାର୍ଥନା ଗାନ କରିଥିଲେ ।ବିଭିର୍ନ ପ୍ରକାର ସାମାଜିକ ଓସଚେତନତା ମୂଳକ କାର୍ଯ୍ୟକ୍ରମ ରେ ଜଡିତ ରହିବାକୁ ସଭାପତି ପ୍ରତିଶୃତି ଦେଇ ଥିଲେ, ଗତ ବର୍ଷ ର ଶହ ସଭାପତି ସ୍ନିଗ୍ଧା ରାଣୀ ପଟ୍ଟନାୟକ ବିବରଣୀ ପାଠ କରିଥିଲେ,ଉପସଭାପତି ଭାବେ ସନ୍ଧ୍ୟା ରାଣୀ ପଟ୍ଟନାୟକ, କୋଷାଧକ୍ଷ ଭାବେ ସାଗରୀକା ଶତପଥୀ, ଯୁଗ୍ମ ସମ୍ପାଦିକା ସୁଜାତା ପାତ୍ର, ଆଇ. ଏସ. ଓ ପ୍ରଜ୍ଞା ପଟ୍ଟନାୟକ, ଏବଂ ଏଡିଟର ଭାବେ ବସିରନ ବିବି ଦାୟିତ୍ୱ ଗ୍ରହଣ କରିଥିଲେ, ରୋଟାରି ସଭାପତି ଶ୍ରୀକାନ୍ତ ଖଟେଇ, ସମ୍ପାଦକ ଅବିନାଶ ସାହୁ, ଅବଦୁଲ ଆରିଫ ଖାଁ, ଶ୍ରୀଧର ସାହୁ, ବଜେନ୍ଦ୍ର ପଟ୍ଟନାୟକ, ପ୍ରବିରପୃଷ୍ଟି, ଜି ର ସ୍ମିରାଜ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ, ନୂତନ ସଦସ୍ୟା ଭାବେ ପ୍ରିୟଙ୍କା ସାହୁ, କୁରାଳ ର ରେଣୁବାଳା ସୁବୁଦ୍ଧି, ଅନୱାରି ବେଗମ ଯୋଗ ଦାନ କରିଥିଲେ, କ୍ଲବ ର ସମସ୍ତ ସଦସ୍ୟା ମାନଙ୍କର ଉପସ୍ଥିତି ଓ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା

Ad 1