ନୟାଗଡ଼ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ନୟାଗଡ଼ କପ 2024ର ଆଜି ଚତୃର୍ଥ ଦିନ, ଦିବା 3ଘଟିକା ସମୟ ରେ ମ୍ୟାଚ ଅନୁଷ୍ଠିତ ହୋଇ ଥିବା ବେଳେ ସିନ୍ଦୁରିଆ,786ୟୁଥ କ୍ଳବ, ଜିଲ୍ଲା ଅଥଲେଟିକ ଆସୋସିଏସନ,, ନୟାଗଡ଼ କ୍ଳବ ଓ ନୟାଗଡ଼ ମର୍ଣ୍ଣିଙ୍ଗ କ୍ଳବ ଆନୁକୂଲ୍ୟରେ ଉକ୍ତ ମ୍ୟାଚ ଅନୁଷ୍ଠିତ ହୋଇଛି, ଆଜି ସୀମା ସଶକ୍ତ ବଳ ସିଲିଗୁଡ଼ି କଲିକତା ବନାମ ସାଇ ହାଲ ସୁନାବେଡା ମଧ୍ୟ ରେ ଖେଳ ହୋଇ ଥିଲା, ଉଭୟ ଙ୍କ ଖେଳ ବେଶ ଚିତାକର୍ଷକ ହୋଇଥିଲା, ଖେଳ ଶେଷ ସୁଦ୍ଧା ଉଭୟ, ଉଭୟ ଙ୍କୁ 3ଟି ଲେଖାଏଁ ଗୋଲ ଦେଇ ମ୍ୟାଚ କୁ ସମାନ ସ୍ତର ରେରଖିଥିଲେ, ଏହା ପରେ ପେନାଲଟିକ ର ସାହାଯ୍ୟ ନିଆ ଯାଇଥିଲା, ଏଥିରେ ମଧ୍ୟ ଉଭୟ ଦଳ ଉଭୟ ଙ୍କୁ ସମାନ ସମାନ ଗୋଲ ପ୍ରଦାନ କରିଥିଲେ, ଶେଷ ରେ ସଡ଼ନ ଡେଥ ର ସାହାଯ୍ୟ ନିଆ ଯାଇଥିଲା, ଏଥିରେ ସାଇ ହାଲ ସୁନାବେଡା 1-0ଗୋଲ ରେ ବିଜୟ ଲାଭ କରିଛି, ସାଇ ହାଲ ର 10ନମ୍ବର ଖେଳାଳି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଛି, ଖେଳ ଶେଷ ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ଖେଳ କୁ ଭୋଗ କରିଥିଲେ, ଆଜି ର ଖେଳ ରେ ଅତିଥି ଭାବେ ପୂର୍ତ୍ତ ବିଭାଗ ର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ଶତପଥି, ସମାଜ ସେବୀ ତଥା କ୍ରୀଡ଼ାବିତ ଦିବାକର ନାୟକ, ୟୁନିଟେକ ର ଅଧକ୍ଷ ପ୍ରଦୀପ କୁମାର ପୃଷ୍ଟି ନୟାଗଡ଼ କ୍ଳବ ର ସଭାପତି ରବୀନ୍ଦ୍ର ନାଥ ସାହୁ, ଆମ୍ବେଦକର ମହାସଙ୍ଘ ର ଜିଲ୍ଲା ସଭାପତି ସୁଧୀର କୁମାର ମୁଖି, ସମ୍ପାଦକ ଅକ୍ଷୟ କୁମାର ନାୟକ,

ସମାଜ ସେବୀ ପୁର୍ଣଚନ୍ଦ୍ର ସାହୁ, ପ୍ରମୁଖ ଉପସ୍ଥିତ ରହିଥିଲେ, ଏହି ଖେଳ କୁ ପରିଚାଳନା କରି ଥିଲେ ରେଫରୀ ରାଜୁ ମହାନ୍ତି, ଶେଷ ଦେବ ବେହେରା, ଦେବରାଜ ସ୍ୱାଇଁ, ରମେଶ ଚନ୍ଦ୍ର ପାଇକରାୟ, ମ୍ୟାଚ ର କମିଶନର ଭାବେ କୋଚ ଆଲୋକ କୁମାର ଦାସ ଉପସ୍ଥିତ ଥିବା ବେଳେ ଖେଳ କୁ ସଂଚାଳନ କରିଥିଲେ ରାମକୃଷ୍ଣ ରଥ ଓ ଆଶୁତୋଷ ମିଶ୍ର, ଆସନ୍ତା କାଲି ପ୍ରଥମ ସେମି ଫାଇନାଲ,, ପ୍ରଥମ ସେମି ଫାଇନାଲ ରେ ଜଗା ୟୁନାଇଟେଡ଼ ଭୁବନେଶ୍ୱର ବନାମ ଟାଟା ଫୁଟବଲ ଏକାଡେମୀ,ଜାମସେଦ ପୁର ମଧ୍ୟ ରେ ଖେଳ ଅନୁଷ୍ଠିତ ହେବ,ଆଜିର ଖେଳ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ