ନୟାଗଡ଼ର ସହର ମଧ୍ୟରେ ଆଜି ସକାଳେ ଶିକ୍ଷା ସଚେତନା ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । କିଟ୍ ଓ କିସ୍ ଆନୁକୂଲ୍ୟରେ ଆୟୋଜିତ ଏହି ମାରାଥନ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଠାରୁ ବାହାରି ନୟାଗଡ଼ ଷ୍ଟାଡ଼ିୟମ ପର୍ଯ୍ୟନ୍ତ ବାହାରିଥିଲା ।

ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ଯକ୍ଷା ନିରୁପମା ଖଟେଇ, ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଓ କିଟ କିସ୍ ର ଜିଲ୍ଲା ସଂଯୋଜକ ନିରଞ୍ଜନ ବାଘ ପ୍ରମୁଖ ସାମିଲ ହୋଇଥିଲେ ।

ନୟାଗଡ଼ ବିଧାୟକ ପତାକା ଦେଖାଇ ମିନି ମାରାଥନ କୁ ଉଦ୍ଘାଟନ କରିଥିଲେ । ମିନି ମାରାଥନ ର ମୁଖ୍ୟ ବାର୍ତ୍ତା ଥିଲା ସମସ୍ତଙ୍କ ପାଇଁ ଶିକ୍ଷା । ଏହି ଅବସରରେ ଡ. ସାହୁ କିଟ୍ ଓ କିସ୍ର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ସମସ୍ତଙ୍କୁ ଶିକ୍ଷା ଦେବା ର ଯେଉଁ ବାର୍ତ୍ତା ରହିଛି ତାକୁ ପ୍ରଶଂସା କରିଥିଲେ । ମିନି ମାରାଥନ ଦ୍ୱାରା ଶରୀର ସୁସ୍ଥ ହୁଏ । ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମ କରିବା ପାଇଁ ଡ଼. ସାହୁ ପରାମର୍ଶ ଦେଇଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡେ ।