ନୟାଗଡ ଜିଲ୍ଲାରେ ଗୋତି ଶ୍ରମିକ ଉଚ୍ଛେଦ ପ୍ରକ୍ରିୟା ଏକ ପ୍ରହସନ ପରିଣତ ହୋଇଛି
୨୦୧୪ ମସିହା ରୁ ନୟାଗଡ ଜିଲ୍ଲାର ବିଭିନ୍ନ ବ୍ଳକର ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ବ ଧୋବା ଓ ବାରିକ ସମ୍ପ୍ରଦାୟ ଗୋତି ଶ୍ରମିକ ୧୯୭୬ ମସିହାର ଗୋତି ଉଚ୍ଛେଦ ଆଇନ୍ ଅନୁଯାୟୀ ମୁକ୍ତି ପାଇଁ ଜିଲ୍ଲାପାଳ ନୟାଗଡଙ୍କୁ ଅଭିଯୋଗ କରିଥିଲେ। ଏଥିପାଇଁ ଜିଲ୍ଳା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ବହୁ ତଦନ୍ତ କରି ଜାଣିଲେ ଯେ ୧୯୭୬ ମସିହା ଗୋତି ଶ୍ରମିକ ଉଚ୍ଛେଦ ଆଇନ୍ ୧୨ ଧାରା ଅନୁଯାୟୀ ନିର୍ଦ୍ଧିଷ୍ଟ ଜାତିରେ ଜନ୍ମ ହୋଇ ଜନ୍ମ ଗତ ଓ ପାରମ୍ପରିକ ସେବାଦେଇ ବର୍ଷକୁ ଥରେ ଦୋଳପୂର୍ଣ୍ଣିମା ରେ ପାରିଶ୍ରମିକ ବାବଦ କୁ ମାତ୍ର ତିନି/ ଚାରି ନଉତି ଧାନ ” ବର୍ତ୍ତନ ” ଭାବେ ସ୍ଵଳ୍ପ ପାଉଣା ପାଉ ଥିବାରୁ ସେମାନେ ଗୋତି ଶ୍ରମିକ ବୋଲି ପ୍ରଶାସନ ଚିହ୍ନଟ କରି ରଣପୁର ରୁ ୧୮୪ ଜଣ,ଖଣ୍ଡ ପଡ଼ା ରୁ ୧୬୫ ଜଣ ଓ ଭାପୁର ରୁ ୯୨ ଜଣ ଗୋତି ଶ୍ରମିକଙ୍କୁ ମୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସେଥିରୁ ୨୦୧୬ ମସିହାରେ ଜିଲ୍ଲାପାଳ ୨୦ ଜଣଙ୍କୁ ପ୍ରଣାମ ପତ୍ର ଓ ୫ଜଣ ଙ୍କୁ ୫୦୦୦ ଟଙ୍କା ଲେଖାଏଁ ଦେଇ ଅବଶିଷ୍ଟ ଙ୍କୁ ମୁକ୍ତି ପ୍ରମାଣ ପତ୍ର ସହ ଆର୍ଥିକ ସହାୟତା ଦେବେ ବୋଲି କହି ସମୟ ଗଡେଇ ବାରୁ ଓଡ଼ିଶା ଗୋତିମୁକ୍ତି ଆନ୍ଦୋଳନ ତରଫରୁ ନ୍ୟାୟ ପାଇଁ ମାନ୍ୟବର ହାଇକୋର୍ଟ ର ଦ୍ଵାରସ୍ତ ହେବାରେ ହାଇକୋର୍ଟ ତୁରନ୍ତ ୨୦ ହଜାର ଆର୍ଥିକ ସହାୟତା ସହ ପ୍ରମାଣ ପତ୍ର ଦେବାକୁ ନିର୍ଦ୍ଦେଶ କରିଥିଲେ ।ଏହା ୪ ମାସ ମଧ୍ୟରେ ଜଣେଇ ବାକୁ ମଧ୍ୟ ନିର୍ଦେଶ ଦେଇଥିଲେ। ବର୍ତ୍ତମାନର ଜିଲ୍ଲାପାଳ ବହୁ ବିଳମ୍ବରେ ଗତ ୨୬ ଜୁଲାଇ ରେ ଏହାର ବିଚାର କରି ଚିହ୍ନଟ ହୋଇ ମୁକ୍ତି ପାଇଥିବା ଓ ପ୍ରମାଣ ପତ୍ର ପାଇଥିବା ଗୋତି ଶ୍ରମିକଙ୍କ ଙ୍କୁ କୋର୍ଟ ପରିସରରେ ନନସେନ୍ସ୍ କହିବା ସହ ମୁକ୍ତ ଗୋତି ଶ୍ରମିକଙ୍କୁ ବେଆଇନ୍ ଭାବେ ପ୍ରତ୍ୟାଖାନ କରିଛନ୍ତି।ସେହିଭଳି ଗତ ମାର୍ଚ୍ଚ ୭ ତାରିଖ ଦିନ ଜିଲ୍ଳା ପାଳଙ୍କ ଅଫିସି ସମ୍ମୁଖରେ ସଂଗଠିତ ଆନ୍ଦୋଳନ ବେଳେ ଜିଲ୍ଳା ପ୍ରଶାସନର ପ୍ରତିଶୃତି ଅନୁଯାୟୀ ଆଜି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଗୋତି ଶ୍ରମିକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଚିହ୍ନଟ ଗୋତି ଶ୍ରମିକ ଙ୍କୁ ମୁକ୍ତି ,ପ୍ରମାଣପତ୍ର ଓ ଆର୍ଥିକ ସହାୟତା ତୁରନ୍ତ ଦେବାପାଇଁ ସଙ୍ଗଠନ ତରଫରୁ ଦାବୀ କରାଯାଇ ଥିଲାବେଳେ ଜିଲ୍ଳା ପ୍ରଶାସନ ତରଫରୁ ୨୦୧୪ ମସିହାରେ କରାଯାଇଥିବା ତଦନ୍ତ ପୁନର୍ବାର ୧୦ ବର୍ଷ ପରେ କରିବେ ବୋଲି ଉପଜିଲ୍ଲାପାଳ କହିବାରେ ଏଥିରେ ସଙ୍ଗଠନ ଘୋର ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଳା ପ୍ରଶାସନ ଜିଲ୍ଲାରେ ଗୋତି ଶ୍ରମିକ ତଦନ୍ତ ନାମରେ ପ୍ରହସନ କରୁଛନ୍ତି ବୋଲି ଆଜି ସଙ୍ଗଠନ ତରଫରୁ ଅଭିଯୋଗ କରିଛନ୍ତି।
ଜିଲ୍ଳା ପ୍ରଶାସନର ଶ୍ରମିକ ବିରୋଧି ବିଚାର ବିରୋଧ ରେ ସଙ୍ଗଠନ ପୁନର୍ବାର ଉଚ୍ଚ ନ୍ୟାୟାଳୟ ର ଦ୍ଵାରସ୍ତ ହେବା ସହ ଜିଲ୍ଳା ପ୍ରଶାସନର ମନମାନି ବିରୋଧରେ ଦ୍ରୁଢ ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନ ତରଫରୁ ଚେତାବନୀ ଦିଆଯାଇଛି। ଏହି ପରିପ୍ରେକ୍ଷୀ ରେ ଜିଲ୍ଳା ଆବାହକ ସୁରେଶ ସ୍ବାଇଁ, ଜିଲ୍ଳା ନେତ୍ରୀ ସଞ୍ଜୁକ୍ତା ସେଠୀ,ଚାପ ଧାରୀ ରାଉତ,କାଳନ୍ଦୀ ନାୟକ,ତ୍ରିଲୋଚନ ସେଠୀ,ଗୋପ ବନ୍ଧୁ ସେଠୀ,ମଧୁସୂଦନ ସେଠୀ,ସରତ ସେଠୀ ଓ ରଞ୍ଜନ ସେଠୀ ପ୍ରମ୍ମୁଖ ନେତୃତ୍ବ ନେଇଥିଲେ।