Skip to content

ପଞ୍ଚାୟତ କାର୍ଯ୍ୟାଳୟ,କଲ୍ୟାଣ ମଣ୍ଡପ ଓ ବ୍ୟାଙ୍କ ପାଇଁ ଶିଳାନ୍ୟାସ

ନୟାଗଡ଼ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଚଣ୍ଡୀବସ୍ତ ପଞ୍ଚାୟତ ନୂତନ କାର୍ଯ୍ୟାଳୟ, ଗୃହ କଲ୍ୟାଣ ମଣ୍ଡପ ଏବଂ ବ୍ୟାଙ୍କ ଗୃହ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୀ ଲୋକ ସଭାସାଂସଦ ପିନାକୀ ମିଶ୍ର, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ନୟାଗଡ଼ ବିଧାୟକ ଡ଼ ଅରୁଣକୁମାର ସାହୁ, ପ୍ରମୁଖ ଯୋଗ ଦେଇ ଥିଲେ, ଚଣ୍ଡୀ ବସ୍ତ ପଞ୍ଚାୟତ ଗୃହ ପାଇଁ 35ଲକ୍ଷ, କଲ୍ୟାଣ ମଣ୍ଡପ ପାଇଁ 35ଲକ୍ଷ ଓ ବ୍ୟାଙ୍କ ଗୃହ ନିର୍ମାଣ ପାଇଁ 10ଲକ୍ଷ ବ୍ୟୟ ବରାଦ ହୋଇଛି,

ଅତିଥି ମାନେ ଏହାର ଶିଳାନ୍ୟାସକରିଛନ୍ତି,ରାଜ୍ୟ ସଭାସାଂସଦ ଶ୍ରୀଯୁକ୍ତ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ 6ଷ୍ଠ ଥର ପାଇଁ ନିର୍ବାଚିତ କରି ଭାରତ ର ସର୍ବ କାଳୀନ ମୁଖ୍ୟ ମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦେଇ ଥିଲେ,

ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ବ୍ଳକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ ଉପାଧକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ ଚଣ୍ଡୀବସ୍ତ ସରପଞ୍ଚ ରବୀନ୍ଦ୍ର କୁମାର ସାହୁ, ଭାଟସାହି ସରପଞ୍ଚ ସାରଦା ସାହୁ ପ୍ରମୁଖ ଉପସ୍ଥିତ ଥିଲେ,

ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ବିରଜା ଲକ୍ଷ୍ମୀ ସାହୁ, ବ୍ଳକ ବିଜେଡି ସଭାପତି ଅଜିତ କୁମାର ସାହୁ ଙ୍କ ବ୍ୟତୀତ ଅନେକ ନେତୃତ୍ୱ ସାମିଲ ରହିଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡେ

Ad 1