ଟାଟା-କଟକ ମ୍ୟାଚ୍ ଆଜି
ବହୁ ପ୍ରତୀକ୍ଷିତ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ୍ ୨୦୨୪ ଆଜି ଉଦଘାଟିତ ହୋଇଯାଇଛି । ୭୮୬ ୟୁଥ୍ କ୍ଲବ ସିନ୍ଦୁରିଆ, ନୟାଗଡ ଆଥଲେଟିକ ଆସୋସିଏସନର ମିଳିତ ଆନୁକୂଲ୍ୟରେ ନୟାଗଡ଼ ଖେଳ ପଡିଆ ଠାରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଉଦ୍ଘାଟନୀ ମ୍ୟାଚରେ ଜଗା ୟୁନାଇଟେଡ୍ ଭୁବନେଶ୍ୱର ଓ ଇଣ୍ଟରନାସନାଲ ଏଫ. ସି ଫଗୌଡା ପଞ୍ଜାବ ପରସ୍ପରକୁ ଭେଟିଥିଲେ । ୨-୦ ଗୋଲରେ ଜଗା ୟୁନାଇଟେଡ୍ ଭୁବନେଶ୍ୱର ବିଜୟୀ ହୋଇଛି । ଭୁବନେଶ୍ଵର ଦଳର ୧୦ ନମ୍ବର ଖେଳାଳୀ ଟୁରେ ଏବଂ ୧୭ ନମ୍ବର ଖେଳାଳୀ ଫ୍ୟୁଫାନା ଗୋଟିଏ ଗୋଟିଏ ଦେଇଥିଲେ। ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚର ଉଦ୍ଘାଟନ କରିଥିଲେ ।
ଜିଲ୍ଲା ପରିଷଦ । ସଭାପତି ଦେବାଶିଷ ପଟ୍ଟନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ ଅଗ୍ରୱାଲା, ସରୋଜ ରଣସିଂହ, ଡାକ୍ତର ସିଦ୍ଧାର୍ଥ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ରେଫରି ରାଜୁ ମହାନ୍ତି ଖେଳ ପରିଚାଳନା କରିଥିଲେ।ଶେଖ୍ ୟୁସୁବ, ହଜରତ ଅଲ୍ଲୀ ଖାଁ, ସର୍ପ ଖାଁ , ଅନୱର୍
ଅଲ୍ଲୀ ଗାଁ ପ୍ରମୁଖ କମିଟି କର୍ମକର୍ତ୍ତା କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ । ଆସନ୍ତାକାଲି (ସୋମବାର) ଟାଟା ଟିମ୍ ସହ କଟକ ଟିମ୍ ର ଖେଳ ଅନୁଷ୍ଠିତ ହେବ ।