ପଠାଣି ସାମନ୍ତ ଉପାୟନ ପ୍ରଦାନ ଉତ୍ସବ ନେଇ ପ୍ରେସ ବିଜ୍ଞପ୍ତି
ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ ନୟାଗଡ଼ ପକ୍ଷରୁ ଚଳିତ ବର୍ଷ ର ମର୍ଯ୍ୟାଦା ପୁର୍ଣ “ନୟାଗଡ଼ ଗୌରବ “ସଂମ୍ମାନ ପାଇବା ପାଇଁ ବୌଦ୍ଧ ଏବଂ ସଂସ୍କୃତି ଯଶସ୍ବୀ ଗବେଷକ ଶ୍ରୀଯୁକ୍ତ ପ୍ରବିର କୁମାର ପଟ୍ଟନାୟକ ଯୋଗ୍ୟ ବିବେଚିତ ହୋଇଛନ୍ତି, ଏହି ଅବସର ରେ ବିଶ୍ୱ ବିଶୃତ ଜ୍ୟୋତ୍ରିବିଜ୍ଞାନୀ ପଠାଣି ସାମନ୍ତ ଙ୍କ 191ତମଜନ୍ମ ସ୍ମାରକୀ ପାଳନ ନେଇ ପୁରୁଣା ସହର ବିଜେ ପ୍ରଭୂ ଜଗନ୍ନାଥ ଙ୍କ ମନ୍ଦିର ନିକଟସ୍ଥ ଯଦୁ ମଣି ମଣ୍ଡପ ଠାରେ ଚଳିତ ଡିସେମ୍ବର ମାସ 13ତାରିଖ ଶନିବାର ସନ୍ଧ୍ୟା 6ଘଟିକା ସମୟ ରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେବା ସହିତ ଓଡ଼ିଶାର ପ୍ରତିଷ୍ଠିତ ଭଜନ ଗାୟକ ଓ ସ୍ଥାନୀୟ କଳାକାର ମାନଂକୁ ନେଇ ଏକ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ସଭାପତି ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇ ଥିବା ବେଳେ ପଠାଣି ସାମନ୍ତ ପ୍ରତିଭା ସଂମ୍ମାନ -ବିଜ୍ଞାନ ଶିକ୍ଷକ ବସନ୍ତ କୁମାର ସାହୁ,

ସାରସ୍ୱତ ସାଧକ ଭାରତୀ ଭୁଷଣ ମିଶ୍ର ପଠାଣି ସାମନ୍ତ ସାହିତ୍ୟ ସଂମ୍ମାନ, ସମାଜ ସେବି ପ୍ରଫୁଲ କୁମାର ନାୟକ ଙ୍କୁ ପଠାଣି ସାମନ୍ତ ସେବା ସଂମ୍ମାନ, ପୂଜ୍ୟ ଗୁରୁଜୀ ଶ୍ରୀଧର ସାହୁ ଙ୍କୁ ପଠାଣି ସାମନ୍ତ ଶିକ୍ଷାଜ୍ୟୋତି ସଂମ୍ମାନ, ସେହିପରି ସଂଗୀତ ସାଧକ ଶିବନାରାୟଣ ପଟ୍ଟନାୟକ ଙ୍କୁ” ପଠାଣି ସାମନ୍ତ ସଂଗୀତ ପ୍ରତିଭା ସଂମ୍ମାନ, “କ୍ରୀଡ଼ାବିତ ତଥା ଫୁଟବଲ ପ୍ରେମୀ ଜନାବ ହଜରତ ଅଲି ଖାଁ ଙ୍କୁ ପଠାଣି ସାମନ୍ତ କ୍ରୀଡା ସଂମ୍ମାନ, ସେହିପରି ସ୍ବନାମ ଧନ୍ୟ ସଂଗଠକ ରାମେଶ୍ୱର ଶତପଥୀ ଙ୍କୁ “ପଠାଣି ସାମନ୍ତ ଜନ ସଂଗଠକ ସଂମ୍ମାନ, ତତ ସହିତ କଣ୍ଠ ଶିଳ୍ପୀ, ଗୀତିକାର,ସଂଗୀତ ନିର୍ଦେଶକ, ପ୍ରଶାନ୍ତ କୁମାର ଦାସ ଙ୍କୁ “ପଠାଣି ସାମନ୍ତ ସ୍ୱରସୁଧା ସଂମ୍ମାନ, ଓ କବି ଡ଼. ନିର୍ମଳ ଚନ୍ଦ୍ର ସୁରଦେଓ ଙ୍କୁ “ଦାସିଆ ଅଜା ସାହିତ୍ୟ ସଂମ୍ମାନ ରେ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରେସ ବିଜ୍ଞପ୍ତି ରେ ସଭାପତି ପ୍ରମୋଦ ପଟ୍ଟନାୟକ ସୂଚନା ଦେଇଛନ୍ତି