NAYAGADA TODAY-ସରକାରୀ କାର୍ଯ୍ୟାଳୟରେ ପଦବିରେ ନଥାଇ ମଧ୍ୟ ଚାଲିଛି ପତିଆରା। ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ICDS) କାର୍ଯ୍ୟାଳୟକୁ ନେଇ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କ ଅନଧିକୃତ ହସ୍ତକ୍ଷେପ ଓ ପ୍ରଭାବକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି।ଅଭିଯୋଗ ଅନୁଯାୟୀ, ସରକାରୀ ପଦପଦବିରେ ନଥାଇ ମଧ୍ୟ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟରେ ହସ୍ତକ୍ଷେପ କରାଯାଉଛି। ଏପରିକି ଏହାକୁ କେହି ବିରୋଧ କଲେ ବଦଳି କରାଇଦେବାର ଧମକ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।ସରକାରୀ କାର୍ଯ୍ୟାଳୟରେ ନିୟମକାନୁନକୁ ଉଲ୍ଲଂଘନ କରି ଏଭଳି ପ୍ରଭାବ ବିସ୍ତାର କରିବା ପଛରେ କାହାର ସମର୍ଥନ ରହିଛି, ତାହା ଏବେ ବଡ଼ ପ୍ରଶ୍ନ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।ସରକାରୀ କାର୍ଯ୍ୟାଳୟରେ କାହାର ଚାଲିଛି ରାଜୁତି? ପଦବି ନଥାଇ କିଏ ଦେଖାଉଛି ପତିଆରା?ଏମିତି ଏକ ଯୁବକ ଙ୍କ କାରନାମା ନେଇ କାର୍ଯ୍ୟାଳୟ ରେ ହାକିମତୀ ଚଳାଉ ଥିବା ଯୋଗୁ ଚର୍ଚ୍ଚା ହେଉଛି