ପଦାରେ ପଡିଲା ସଦର ଥାନା ପୋଲିସ ର କାରନାମା, ଅଭିଯୋଗ କାରୀଙ୍କୁ ତଡି ଦେଇଥିଲେ ଏଏସ ଆଇ,, ଏସପି ଙ୍କ କଡା କାର୍ଯ୍ୟନୁଷ୍ଠାନ,

ନିଲମ୍ବିତ ହେଲେ ଜଣେ ଏସଆଇ,ଜଣେ , ଏ ଏସ ଆଇ, ଜଣେ କନେଷ୍ଟ ବଳ ,ସୂଚନା ଅନୁସାରେ ନୟାଗଡ଼ ସଦର ଥାନା ଗୋଳଗୋଳା ଗାଁ ରେ ଘଟିଥିବା 22ଲକ୍ଷ ରୁ ଅଧିକ ଟଙ୍କାର ସୁନା ଗହଣା ସହ ଲକ୍ଷାଧିକ ଟଙ୍କାର ଚୋରି ମାମଲା ରେ ଏ ପର୍ଯ୍ୟନ୍ତ ପୋଲିସ ର ହାତ ଖାଲି ରହିଛି,ଏହି ଚୋରି ମାମଲା ରେ ସ୍ଥାନୀୟ ଲୁଟେରା ମାନଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ଅନୁମାନ କରାଯାଉଥିଲେ ମଧ୍ୟ ପୋଲିସ ଗ୍ୟାଙ୍ଗ ନିକଟରେ ପହଂଚି ପାରି ନାହିଁ, ଏସପି ରାହୁଲ ଜୈନ ଘଟଣା ସ୍ଥଳ ପରିଦର୍ଶନ କରିଥିବା ବେଳେ ଲୁଟ ର ଶିକାର ହୋଇଥିବା ଲୋକ ମାନଙ୍କ ସହ ଆଲୋଚନା କରିଛନ୍ତି,ଏହି ଘଟଣାରେ ସେଦିନ ସଦର ଥାନା ରେ ରାତି ଡ୍ୟୁଟି ରେ ଥିବା ଜଣେ ଏଏସ ଆଇ ମହିଳା ପୋଲିସ ଙ୍କ ବେପରୁଆ ଢଙ୍ଗ ଚର୍ଚ୍ଚା ର ବିଷୟ ହୋଇଛି,

ଗତ 30ତାରିଖ ବିଳମ୍ବିତ ରାତିରେ ଗୋଳ ଗୋଳା ଗାଁ ର ସନ୍ତୋଷ ପାଣି,ଚନ୍ଦ୍ରମଣୀ ଦାସ ସୁଦାମ ଦାସ ଓ ଏକ ରାସନ ଦୋକାନ ରୁ ଚୋରି ହୋଇଥିଲା,ଏ ସମ୍ପର୍କ ରେ ଜାଣିବା ପରେ ଚୋରି ର ଶିକାର ହୋଇଥିବା ଲୋକ ତଥା ସନ୍ତୋଷ ପାଣି ଙ୍କ ପରିବାରସଦସ୍ୟ ମଞ୍ଜୁବାଳା ଦାସ ସଦର ଥାନା କୁ ଦୌଡ଼ି ଥିଲେ, ସେତେବେଳେ ରାତି ପ୍ରାୟ 3ଟା ହୋଇଥିଲା,ସେତେବେଳେ ସଦର ଥାନା ଫାଟକ ରେ ତାଲା ଝୁଲୁ ଥିଲା,ବହୁ ସମୟ ଧରି ଫାଟକ ବାଡେଇବା ପରେ ସେଦିନ ରାତି ଡ୍ୟୁଟି ରେ ଥିବା କନେଷ୍ଟ ବଳ ପଦା କୁ ଆସିଥିଲେ,ତାଙ୍କୁ ଦେଖି ନାମ ଗ୍ରାମ ପଚାରି ପୁଣି ଥାନା ଭିତରକୁ ପଳାଇ ଥିଲେ,, କିଛି ସମୟ ପରେଅଭିଯୋଗ କାରିଣୀ ମଞ୍ଜୁବାଳା ଫୋନନମ୍ବର ସଂଗ୍ରହ କରି ମହିଳା ଏଏସ ଆଇ ଙ୍କୁ ଫୋନ କରିଥିଲେ,ମହିଳା ଏଏସ ଆଇଜଣକ ଅଭିଯୋଗ ଶୁଣିବେ କଣ ଓଲଟା ତାଙ୍କୁ ପ୍ରବଳ ଗାଳି କରି ଏତେ ରାତିରେ କାହିଁକି ଥାନା କୁ ଆସିଛ କହି ସେଠାରୁ ତାଙ୍କୁ ତଡି ଦେଇ ଥିଲେ,ଏହି ବ୍ୟବହାର ଦେଖି ଅଭିଯୋଗ କାରି ମାନେ ତାଯୁବ ହୋଇ ଥିଲେ,

ଏ ଘଟଣା ଏସପି ଜାଣିବା ପରେ ଥାନା ଇଂନ୍ସପେକ୍ଟର, ଓ ସମ୍ପୃକ୍ତ ମହିଳା ଅଧିକାରୀ ତଥା କନେଷ୍ଟ ବଳ ଙ୍କୁ ପ୍ରବଳ ଗାଳି କରିବା ସହିତତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଛନ୍ତି,ଏ ଏସଆଇ ହସିନା ପ୍ରଧାନ, ଏସଆଇ ରାଜେଶ୍ୱରୀ ନାୟକ, କନେଷ୍ଟ ବଳ ପୁର୍ଣ ଚନ୍ଦ୍ର ମହାପାତ୍ର ଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରିଥିବା ନେଇ ନିଜେ ଏସପି ରାହୁଲ ଜୈନ ଗଣମାଧ୍ୟମ କୁ ସୂଚନା ଦେଇ ଛନ୍ତି

You might also like