Skip to content

ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ନୟାଗଡ଼ ବ୍ଲକ ବାଲୁଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଣିପୋଇଲା ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ପରିସରରେ ଶିଶୁମନ୍ଦିର ପରିଚାଳନା ସମିତିର ସମ୍ପାଦକ ମନୋରଞ୍ଜନ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜନ୍ମାଷ୍ଟମୀ ଉତ୍ସବ ବଡ଼ ଧୂମଧାମରେ ପାଳନ କରାଯାଇଅଛି | ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବେଶ ପ୍ରତିଯୋଗିତା ଓ ପ୍ରଶ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା |

୪୬ ଜଣ ଶିଶୁ ରାଧା ଓ କୃଷ୍ଣ ବେଶରେ ସଜ୍ଜିତ ହୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ | ବିଚାରକ ଭାବେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଡୁକିଶୋର ପୃଷ୍ଟି ଓ ବିଦ୍ୟାମନ୍ଦିରର ଉପଦେଷ୍ଟା କମିଟିର ସଦସ୍ୟ ଶିକ୍ଷାବିତ ଧନେଶ୍ୱର ମହାନ୍ତି ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ |

ବିଦ୍ୟାଳୟର ସମ୍ପାଦକ ଶିଶୁ ତଥା ଅଭିଭାବକମାନେ ଉତ୍କଳୀୟ ସଂସ୍କୃତି ପରମ୍ପରା ସହିତ ଜଡିତ ରହି ସୁସ୍ଥ ସମାଜ ଓ ସମୃଦ୍ଧ ଦେଶ ଗଠନରେ ନିଜକୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ | ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ପରିସରରେ ଦୋଳି ଖେଳି ବେଶ ଆନନ୍ଦିତ ହୋଇଥିଲେ | ବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମାମାନଙ୍କର ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା |

Ad 1