ପାଣିପୋଇଲା ସରସ୍ବତୀ ଶିଶୁମନ୍ଦିରରେ ମାତୃପିତୃ ପୂଜନ ଦିବସ ପାଳିତ
ତା ୧୪/୦୨ ସାରା ବିଶ୍ୱ ଆଜି ଭାଲେଣ୍ଟାଇନ ଡେ ପାଳନ କରୁଥିବା ବେଳେ ସରସ୍ବତୀ ଶିଶୁମନ୍ଦିର ପାଣିପୋଇଲା ପରିସରରେ ଆଜି ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଅଛି | ଏହି ଉତ୍ସବରେ ବିଦ୍ୟାମନ୍ଦିରର ସମ୍ପାଦକ ମନୋରଞ୍ଜନ ପଣ୍ଡା ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ | ବିଶିଷ୍ଟ ଶିକ୍ଷାବିତ୍ ପବିତ୍ର ମୋହନ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଜିର ଶିଶୁ ଭବିଷ୍ୟତରେ ଭଲମଣିଷ ହେବାପାଇଁ ପିତାମାତା ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ | ମୁଖ୍ୟବକ୍ତାଭାବେ କଣ୍ଟାବଣିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଡ଼ୁକିଶୋର ପୃଷ୍ଟି ଯୋଗଦେଇ ସଂସ୍କୃତି ସମ୍ପନ୍ନ ଶିଶୁ ଗଠନରେ ଶିଶୁମନ୍ଦିରର ଏଭଳି କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ | ଉପସ୍ଥିତ ପିତା ମାତା, ଅଭିଭାବକ ଓ ଅଭିଭାବିକା ମାନଙ୍କୁ ଧୂପ, ପୁଷ୍ପ , ଚନ୍ଦନ ଦେଇ ଶିଶୁମାନେ ପୂଜା କରି ଆଶୀର୍ବାଦ ଭିକ୍ଷା କରିଥିଲେ | ଉପସ୍ଥିତ ସମସ୍ତ ପିତା, ମାତା ଅଭିଭାବକ ଓ ଅଭିଭାବିକାମାନେ ଶିଶୁମନ୍ଦିରର ଏହି ଭବ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସ, ସୁନ୍ଦର କରାଇଥିବାରୁ ବିଦ୍ୟାମନ୍ଦିରର ସମ୍ପାଦକ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି | ଅନୁଷ୍ଠାନର ଗୁରୁଜୀ, ଗୁରୁମାମାନଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଯାଇଛି |