ପିତୃ ମାତୃହୀନ ଶିଶୁଙ୍କ ସର୍ବେକ୍ଷଣ ପାଇଁ ତାଲିମ କର୍ମଶାଳା
ନୟାଗଡ଼ ଜ଼ିଲ୍ଲାପାଳ ସୁନୀଲ ଅଗ୍ରୱାଲ ଙ୍କ ନିର୍ଦେଶ କ୍ରମେ ଜ଼ିଲ୍ଲା ଶିଶୁସୁରକ୍ଷା ୟୁନିଟ ପକ୍ଷରୁ ସଭାକକ୍ଷୟରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ଙ୍କ ଅଧକ୍ଷତାରେ ଓ ଜ଼ିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଶିବିୟନ ପ୍ରଧାନ ଙ୍କ ତତ୍ୱା୍ବିଧାନରେ ପିତୃ ମାତୃ ହୀନ ଶିଶୁଙ୍କ ସର୍ବେ ଖେଣ ପାଇଁ ତାଲିମ କର୍ମ ସାଲା ଆୟୋଜିତ ହୋଇଛି. ବିଭାଗୀୟ ସୂଚନା ଅନୁଯାୟୀ ଚଳିତ ମାସରେ ଜ଼ିଲ୍ଲାର ପ୍ରତେକ ଗ୍ରାମରେ ପିତୃ ମାତୃ ହୀନ ତଥା ଏକକ ଅଭିଭାବକ ଥିବା ଶିଶୁଙ୍କ ଚି଼ହ୍ନଟି କରଣ ପାଇଁ ସର୍ବେକ୍ଷଣ କରାଯିବ. ମହିଳା ଓ ଶିଶୁ ବିକାଶ ବିଭାଗ ମାର୍ଗ ଦର୍ଶିକା ଅନୁଯାୟୀ ଜୁଲାଇ 11ରୁ 21 ତାରିଖ ମଧ୍ୟରେ ଅଙ୍ଗନୱାଡି କର୍ମୀ ମାନେ ଘରକୁ ଘର ଯାଇ ଏହି ସର୍ବେକ୍ଷଣ କାର୍ଯ୍ୟ କରିବେ. ଏହି ସର୍ବେକ୍ଷଣ ମାଧ୍ୟମରେ ଜ଼ିଲ୍ଲାର ପ୍ରତେକ ପିତୃ ମାତୃ ହୀନ ଓ ଏକକ ଅଭିଭାବକ ଥିବା ଶିଶୁ ମାନଙ୍କୁ ଚି଼ହ୍ନଟ କରି ସରକାରଙ୍କର ବିଭିନ୍ନ ଯୋଜନା ନା ସହିତ ସାମିଲୀ କରି ଥଇ ଥାନ କରାଯିବ.

ଏକକ ଅଭିଭାବକ ଶିଶୁଙ୍କ କ୍ଷେତ୍ରରେ ଯେଉଁ ଶିଶୁ ମାନଙ୍କ ପିତାଙ୍କ ମୃତ ହୋଇଥିବ କିମ୍ବା ମା ଙ୍କ ମୁର୍ତ୍ୟୁ କ୍ଷେତ୍ରରେ ଜୀବିତ ଥିବା ପିତା ଯଦି 40% ରୁ ଅଧିକ ଭିନ୍ନ କ୍ଷମ ହୋଇଥିବେ କିମ୍ବା କୌଣସି ମାରାତ୍ମକ ବ୍ୟାଧି ଗ୍ରସ୍ତ ହୋଇଥିବେ ତେବେ ସେହି ଶିଶୁ ମାନଙ୍କୁ ଏହି ଚିହ୍ନଟି କରଣ ର ପରିସର ଭୁକ୍ତ କରାଯିବ 1/06/2025 ସୁଦ୍ଧା 18 ବର୍ଷ ହୋଇଥିବା ଏହି ବର୍ଗର ପ୍ରତେକ ଶିଶୁକୁ ଏହି ସର୍ବେକ୍ଷଣ ପ୍ରକ୍ରିୟାରେ ସାମିଲୀ କରାଯିବ.
କାର୍ଯ୍ୟ କ୍ରମ ଆରମ୍ଭରେ ଶିଶୁସୁରକ୍ଷା ଅଧିକାରୀ( ଅନୁଷ୍ଠାନିକ ଯତ୍ନ )ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ଦାସ ସର୍ବେକ୍ଷଣ ର ନିୟମା ବଳି ବିଷୟରେ ତାଲିମ ପ୍ରଦାନ କରିଥିଲେ ଏହି ତାଲିମ କର୍ମ ଶାଲାରେ ସମସ୍ତ ସିଡିପିଓ ସୁପରଭାଇଜର ଶିଶୁସୁରକ୍ଷା ୟୁନିଟ ର ସମସ୍ତ କର୍ମ ଚାରି ଯୋଗ ଦେଇଥିଲେ.
ସଭାର ପରିଶେଷରେ ଶୈଳ ଵାଲା ଦାସ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ.