ପିଲାର ଖୁଣ୍ଟି ରେ ଅଟକିଛି ପ୍ରାର୍ଥନା ଗୃହ

ଖଣ୍ଡପଡା ବ୍ଲକ କୁମ୍ଭାରପଡା ପଂଚାୟତ ଅଧିନ ଶ୍ରୀ ଶ୍ରୀ ଲଡ଼ୁକେଶ୍ୱର ମନ୍ଦିର ପରିସରରେ ଥିବା ଜଗନ୍ନାଥ ମହାପ୍ରଭୁ ଙ୍କ ପ୍ରାର୍ଥନା ଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇପଡିରହିଛି। ପ୍ରକାଶଥାଉକି ଆଜକୁ ପ୍ରାୟ ୮ମାସ ପୂର୍ବେ ଆମ ‘ଓଡିଶା ନବୀନ ଓଡିଶା’ ଯୋଜନାରେ ୫ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ଗୃହଟିର ନିର୍ମାଣ କାର୍ଯ୍ୟ ଠିକାଦାର ଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ପ୍ରାର୍ଥନା ଗୃହ ଟିର କଂକ୍ରିଟି ପିଲାର କାର୍ଯ୍ୟ ଶେଷ ହୋଇଥିଲେ ହେଁ ଛାତକାର୍ଯ୍ୟ, ଚଟାଣ କାର୍ଯ୍ୟ, ପ୍ଳାଷ୍ଟର କାର୍ଯ୍ୟ କରାଯାଇନଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଏ ସମ୍ପର୍କ ରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏଯାବତ କୌଣସି ସୁଫଳ ମିଳୁନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକ ପ୍ରଶାସନର ଉଦାସୀନତା ଯୋଗୁଁ ଗୃହ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏଥି ପ୍ରତି ଖଣ୍ଡପଡା ବ୍ଲକ ଉନ୍ନୟନ ଅଧିକାରୀ, ବ୍ଲକ ସହକାରୀ ଯନ୍ତ୍ରୀ ଦୃଷ୍ଟି ଦେବାକୁ ଦାବୀହେଉଛି।

You might also like