ନୟାଗଡ଼, ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି । ବିରୋଧୀ ଦଳର ନେତା ମାନେ ନିଜ ଦଳ ତ୍ୟାଗ କରି ବିଜେଡିରେ ସାମିଲ ହେଉଛନ୍ତି । ବିରୋଧୀ ଦଳରୁ ୨୨୦୦ ରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଲେଣି । ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧୀ । ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜୁ ଜନତା ଦଳ ସେତିକି ଶକ୍ତିଶାଳୀ ହେବାରେ ଲାଗିଛି । ଏହି ସମୟରେ ପ୍ରତ୍ୟେକ ଦିନ ଅନେକ ବିରୋଧୀ ଦଳର ନେତା ମାନେ ବିଜେଡିରେ ଯୋଗ ଦେଉଛନ୍ତି । ବିଜେଡି ଅଧୀକ ଶକ୍ତିଶାଳୀ ହେବାରେ ଲାଗିଛି । ବିରୋଧୀ ଦଳର ବହୁ ପୁରୁଖା କର୍ମୀ ମାନେ ବିଜେଡିରେ ଯୋଗ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଉଛନ୍ତି ବିରୋଧୀ ନେତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶ ଓ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ଅନେକ ବିରୋଧୀ ନେତା ବିଜେଡିରେ ଯୋଗ ଦେଉଛନ୍ତି ।
ନୟାଗଡ଼ ବ୍ଲକ ଅନ୍ତର୍ଗତ ନାଟୁଗାଁ ପଞ୍ଚାୟତ ସାଲୁଣି ଗ୍ରାମର ପୂର୍ବତନ ଗ୍ରାମ ସଭାପତି ଅକ୍ଷୀଳନାଥ ସ୍ୱାଇଁ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ସେହିପରି ଭାବେ ଜେମାଦେଇପୁରପାଟଣା ଗ୍ରାମ ପଞ୍ଚାୟତର ଲାଉସେଣା ଗ୍ରାମର ମନୋଜ କୁମାର ମଲ୍ଲିକ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସେମାନଙ୍କୁ ବିଜୁ ଜନତା ଦଳ ତରଫରୁ ସ୍ୱାଗତ କରିଛନ୍ତି । ନବୀନ ପଟ୍ଟନାୟକ ଜିନ୍ଦାବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ, ଅରୁପ ପଟ୍ଟନାୟକ ଜିନ୍ଦାବାଦ, ଅରୁଣ ସାହୁ ଜିନ୍ଦାବାଦ ଓ ଆମ ପାଇଁ ବଡ଼ ଆମ ନୟାଗଡ଼ର ଶ୍ଳୋଗାନ ଦେଇଥିଲେ । ଆଗାମୀ ଦିନରେ ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ ।