Skip to content

ପୁରୀ ରଥ ଯାତ୍ରା,ପାଇଁ ୱାର୍ଡ ନଂ 14ନୟାଗଡ଼ ଯଦୁମଣି ନଗର ଭବାନି ମନ୍ଦିର ପରିସର ରୁ ଶିମିଳିସହ ମାହାଲ କାଠ ସଂଗ୍ରହ

ସୂଚନା ଅନୁସାରେ ଆଜି ସକାଳ 8ଘଟିକା ସମୟ ରେ ନୟାଗଡ଼ ଯଦୁମଣି ନଗର ୱାର୍ଡ ନଂ 14 ଭବାନି ମନ୍ଦିର ପରିସର ରୁ ପୁରୀ ରଥ ଯାତ୍ରା ପାଇଁ 3ରଥ ରେ ଆବଶ୍ୟକ ଶିମିଳି କାଠ ଓ ମାହା ଲ କାଠ ସଂଗ୍ରହ କରି କଟା ଯାଇଛି, ନୟାଗଡ଼ ବନ ଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେତଥା ବନ ରଖି ଜିତେନ୍ଦ୍ର କୁମାର ବେହେରା ଙ୍କ ସହଯୋଗ ରେ ଏହି କାଠ ସଂଗ୍ରହ କରାଯାଇଛି,ଆଜି ସକାଳୁ ଭବାନି ମନ୍ଦିର ପରିସର ଗଛ ନିକଟ ରେ ପୂଜାଅର୍ଚନା କରାଯାଇ ଗଛ କଟା ଯାଇଛି,ଶିମିଳି ଗଛ କୁ କାଟି 9ଫୁଟ ଚଉଡା,36ଫୁଟ ଲମ୍ବା, 12ଫୁଟ ଲମ୍ବା 3ଖଣ୍ଡ ଶିମିଳି କାଠ ସହ ମlହାଲ 5ଲଗ କାଠ କଟା ଯାଇଛି,ପୂଜା ଅର୍ଚନା ହୋଇ ଏହି କାଠ ପୁରୀ ପଠାଯିବ,ଯଦୁମଣି ନଗର ସ୍ଥାୟୀ ବାସିନ୍ଧା ଙ୍କ ସହଯୋଗ ରେ ଶିମିଳି କାଠ ଓ ମାହା ଲ କାଠ ସଂଗ୍ରହ ହୋଇଥିବା ବେଳେ ସହରାଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି, ଏହି କାର୍ଯ୍ୟକ୍ରମ ରେକାଉ ନ ସିଲର ଉର୍ମିଳା ଜେନା, ଗଦାଧରଜେନା, , ବସନ୍ତ ମିଶ୍ର, ବର୍ଧନ ମିଶ୍ର, ଅମୀୟରଞ୍ଜନ ଜେନା,ଭବାନୀ ଶଙ୍କର ଦାସ ଗୌରୀଶଙ୍କର ପରିଡା, ଧନେଶ୍ୱର ବେହେରା, ବିଜୟ କୁମାର ପରିଡା, ଚଞ୍ଚଳା ସାହୁ, ମଧୁସ୍ମିତା ସାହୁ, ଅଭିମନ୍ୟୁ ସାହୁ, ଗଣେଶ ତ୍ରିପାଠୀ, ରୁଦ୍ରପ୍ରଶନ ରଥ, ଗୁରୁପ୍ରସାଦ ଜେନା, ଚନ୍ଦ୍ର ମଣି ଚିନାରା, ଚଗଲା ଚୌଧୁରୀ, ଙ୍କ ସହ ଓଁ ଶାନ୍ତି ର ସମସ୍ତ ଭାଇ, ଭ ଉଣି ପ୍ରମୁଖ ଉପସ୍ଥିତ ଥିଲେ

Ad 1