ପୂଜାର୍ଚ୍ଚନା ପରେ ଶରଣକୁଳ ପଞ୍ଚାୟତ ରେ ଗଡ଼ିଲା ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ଅର୍ପଣ ରଥ


ଓଡ଼ଗାଁ -ତା ୧୨-୦୧-୨୦୨୪ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଗ୍ରାମ ପଞ୍ଚାୟତ ରେ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ଅର୍ପଣ ରଥ ଗ୍ରାମ କୁ ଗ୍ରାମ ଓ ସାହି ସାହି ବୁଲିବାକୁ ଆରମ୍ଭ କରିଛି ।ବରଡ଼ିହି ଶାସନ ଗ୍ରାମରେ ବୈଦିକ ବ୍ର।ହ୍ମଣ ଭଗବାନ ମିଶ୍ର ଓ ଅନ୍ୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ସୁସଜ୍ଜିତ ରଥ କୁ ପୂଜାର୍ଚ୍ଚନା କରାଯିବା ପରେ ରଥ ପରିକ୍ରମା କରିଛି ।

ବରଡ଼ିହି,କଟର।ଝରି,ଜଗନ୍ନାଥପୁର,ନରେନ୍ଦ୍ରପୁର ପରିକ୍ରମା କରୁଥିବା ଦେଖିବାକୁ ମିଳିଛି ।ପ୍ରତି ଘର ସମ୍ମୁଖରେ ଚିତା ଝୋଟି ପକାଯାଇ ପୂର୍ଣକୁମ୍ଭ ବସଯାଇଥିବା ସହିତ ମାଆ ମାନେ ଅରୁଆ ଚାଉଳ ଓ ଗୋଟିଏ ଗୋଟିଏ ଗୁଆ ପ୍ରଦାନ କରିଥିଲେ ।ଢୋଲ,ମହୁରୀ ,ଶଙ୍ଖ ବାଜା ବାଜିବା ସହିତ ମହିଳା ସଂକୀର୍ତ୍ତନ ଦଳ ରଥ ସହିତ ପରିକ୍ରମା କରିଥିଲେ ।

ହୁଳହୁଳି ଓ ହରିବୋଲ ଧ୍ୱନୀରେ ରଥ ଆଗକୁ ଆଗକୁ ମାଡି ଚାଲିବ। ସଙ୍ଗେ ସଙ୍ଗେ ପ୍ରତି ଘରୁ ଚାଉଳ ଓ ଗୁଆ ସଂଗ୍ରହ କରୁଥିଲେ ।ଜଗନ୍ନାଥ ପରିକ୍ରମା ରଥ ସହିତ ଶରଣକୁଳ ଯୋନ ଜିଲାପରିଷଦ ସଦସ୍ୟା ଚିନ୍ମୟୀ ଦାଶ ଓ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୂ ,ଯୁବ ନେତା ଉମାପ୍ରସ।ଦ ସାହୂ ପ୍ରଭୁତି ଉପସ୍ଥିତ ରହି ସହଯୋଗ କରିଥିଲେ ।

ଆସନ୍ତା କାଲି ରଥ ଭିକ।ରିପଡା,ବାଉଁସିଆ,ଗୁଞ୍ଜବ।ରଣ,ସୁଆରସ।ହି ପ୍ରଭୁତି ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ଅର୍ପଣ ରଥକୁ ସ୍ୱାଗତ କରାଯାଇଥିବା ବେଳେ କେତେକ ପଣ୍ଡିତ,ବୁଦ୍ଧିଜୀବୀ ଓ ଶିକ୍ଷାବିତଉପସ୍ଥିତ ଥିବା ଦେଖିବାକୁମିଳିଛି ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

You might also like