Skip to content

ପୂର୍ବ ଖାଦ୍ୟ ସାରଣୀ କୁ କାଏମ ରଖିବାକୁ ଅଙ୍ଗନବାଡ଼ି ସଂଘ ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ।

ନୟାଗଡ଼ ୯ ଜାନୁୟାରୀ :– ଅଙ୍ଗନବାଡି କେନ୍ଦ୍ରରେ ସରକାର ଜାରୀ କରିଥିବା ନୂଆ ଖାଦ୍ୟ ସାରଣୀ କୁ ବିରୋଧ କରି ଆଜି ନିଖିଳ ଓଡିଶା ଅଙ୍ଗନବାଡି ସଂଘ ଓ ଓଡିଶା ଅଙ୍ଗନବାଡି ସଂଘ ତରଫରୁ ମାନ୍ୟବର ଜିଲ୍ଲାପାଳ ନୟାଗଡ଼ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅର୍ଚ୍ଚନା କଅଁର ଙ୍କୁ ଭେଟି ପୃଥକ ପୃଥକ ଭାବେ ଦୁଇଟି ଦାବୀ ପତ୍ର ପ୍ରଦାନ କରାଯାଇଛି।ସରକାରଙ୍କ ପୂର୍ବ ସାରଣୀ ଅନୁଯାୟୀ ଅଣ୍ଡା ବାବଦରେ ୫ ଟଙ୍କା ଦେଉଥିଲା ବେଳେ ବର୍ତ୍ତମାନ ବର୍ଦ୍ଧିତ ଦର ବଜ଼ାରରେ ଅଣ୍ଡାପିଛା ୮ ଟଙ୍କା ହୋଇଛି।ଠିକ ସେତିକିବେଳେ ଅନୁଦାନ ବୃଦ୍ଧି ନ କରି ସପ୍ତାହର ତିନିଦିନ ପରିବର୍ତ୍ତେ ପ୍ରତିଦିନ ଅଣ୍ଡା ଖାଦ୍ୟ ଦେବାକୁ ଓ THR ହିତାଧିକାରିଣୀ ଙ୍କୁ ୬୦ ଟଙ୍କାରେ ୧୨ ଟି ଅଣ୍ଡା ଦେବା କୁ ନିର୍ଦ୍ଦେଶ ଦେଇଛନ୍ତି।ଯାହା ଫଳରେ ଅଙ୍ଗନବାଡି କର୍ମୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଭଳି ନିର୍ଦ୍ଦେଶ ନାମା କାର୍ଯ୍ୟକାରୀ କରିବାକୁ ସରକାର ଅଣ୍ଡା ପିଛା ୫ଟଙ୍କା ପରିବର୍ତ୍ତେ ୮ ଟଙ୍କା ଦର ବୃଦ୍ଧି କରି THR ହିତାଧିକାରିଣୀ ଙ୍କ ପାଇଁ ୧୨ ଟି ଅଣ୍ଡାକୁ ୯୬ ଟଙ୍କା ଦିଅନ୍ତୁ ନଚେତ ପୂର୍ବ ଖାଦ୍ୟ ସାରେଣୀକୁ ହିଁ କାର୍ଯ୍ୟକାରୀ କରନ୍ତୁ ବୋଲି ସଂଘ ତରଫରୁ ଦାବୀ କରାଯାଇଛି।ସରକାର ଏଥି ପ୍ରତି ଟାଳଟୁଳ ନୀତି ନେଲେ ସଂଘ ତରଫରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଗଣମାଧ୍ୟମ ଜରିୟାରେ ଚେତାବନୀ ଦିଆଯାଇଛି।

ଏହି ପ୍ରତିନିଧି ମଣ୍ଡଳୀରେ ସଂଗଠନ ଗୁଡ଼ିକର ରାଜ୍ୟ ଓ ଜିଲ୍ଲା ଶ୍ରମିକ ନେତା ମନୋଜ ପାତ୍ର,ସୁରେଶ ସ୍ବାଇଁ,ସଂଯୁକ୍ତା ସେଠୀ,ବ୍ଲକ ସଭାନେତ୍ରୀ ରମ୍ଭାବତୀ ପ୍ରଧାନ,ସମ୍ପାଦିକା ପୁଷ୍ପାଞ୍ଜଳି ସାହୁ ,ଭାନୁମତି ରାଉତରାୟ, ରଶ୍ମିପ୍ରଭା ଦେଇ,ମାନିନୀ ଦାସ,ଝୁନା ସାହୁ ଓ ଶ୍ୱେତା ପଦ୍ମା ଦାସ ପ୍ରମୂଖ ସାମିଲି ଥିଲେ।ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋର୍ଟ ନୟାଗଡ଼ ଟୁଡ଼େ

Ad 1