ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ତଥା ପରୀକ୍ରମା ଉତ୍ସବ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଆନୁକୂଲ୍ୟରେ ପ୍ରତି ୱାର୍ଡ଼ ରେ ଶ୍ରୀ ଜଗନ୍ନାଥ ଙ୍କ ରଥ ପରିଭ୍ରମ ଣ କରୁଛି, ନୟାଗଡ଼ପୌରାଞ୍ଚଳ ପ୍ରତି ୱାର୍ଡ କୁ ରଥ ଗ୍ରସ୍ତ କରି ଗୁଆ, ଅରୁଆ ଚାଉଳ ସଂଗ୍ରହ କରିଛନ୍ତି,ନୟାଗଡ଼ପୌର ପରିଷଦ ର ୱାର୍ଡ଼ -4ର ହାଟ ପଦା ଠାରେ ଥିବା ମା ସି୍ଧେଶ୍ବରୀ ଙ୍କ ମନ୍ଦିର ଠାରୁ ନୟାଗଡ଼ ପୌରପରିଷଦ ର ଅଧକ୍ଷା ନିରୁପମା ଖଟେଇ ଉପସ୍ଥିତ ରହି ରଥ ଶୁଭାରମ୍ଭ କରିଥିଲେ,

ତତସହିତ ୱାର୍ଡ଼ -4ରସମସ୍ତ ସାହି ରଥ ପରୀକ୍ରମା କରିଥିଲା, ଏହି ଅବସରରେ ,ପୌର ପରିଷଦ ର କାଉନ ସିଲର ଙ୍କ ପକ୍ଷରୁ ମଞ୍ଜୁ ଗୁମାନସିଂ, ସ୍ୱୟଂପ୍ରଭା ମିଶ୍ର, ଅଦିତି ନାୟକ, ଉର୍ମିଳା ଜେନା, ଶର୍ମିଲା ପ୍ରଧାନ, ଅକ୍ଷୟକୁମାର ବିଶ୍ୱାଳ,, ଦୀନବନ୍ଧୁ ଗୁରୁ,, ଙ୍କ ସହ ଉପାଧକ୍ଷ ଗୁରୁପ୍ରସାଦ ଜେନା,ବିଜୁ ଜନତା ଜିଲ୍ଲା ସଭାପତିଦୁର୍ୟୋଧନ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିବା ବେଳେ ଲୋକ ମାନେ ନିଜ ଘର ସାମ୍ମାନା ରେ କଳସ ବସାଇ ଦୀପ ଜଳାଇ ଶ୍ରୀ ଜଗନ୍ନାଥ ଙ୍କ ରଥ କୁ ସ୍ୱାଗତ କରିଥିଲେ,

ପ୍ରତ୍ୟକ ପରିବାର ଆଗ୍ରହ ର ସହ ଗୁଆ ଅରୁଆ ଚାଉଳ ଅର୍ପଣ କରିଥିଲେ, ପ୍ରତ୍ୟକ ଗାଁ ତରଫରୁ ସଂକୀର୍ତନ, ଦଳ ଶ୍ରୀ ଜଗନ୍ନାଥ ଙ୍କ ରଥ କୁ ବିପୁଳ ସ୍ୱାଗତ ଜଣାଇ ଥିଲେ, ୱାର୍ଡ଼ ର ଅନେକ ମହିଳା ସାମିଲ ହୋଇଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋର୍ଟ ନୟାଗଡ଼ ଟୁଡ଼େ