ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶାଳୟ ଆନୁକୂଲ୍ୟରେ ନୟାଗଡ଼ ଜିଲ୍ଲାର ୨୫ଟି କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ସ୍ଵାଗତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପ ପର୍ଯ୍ୟାୟ କଟ୍ ଅଫ୍ ମାର୍କରେ କଳା, ବିଜ୍ଞାନ ଓ ବାଣିଜ୍ୟ ସ୍ରୋତରେ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ର ଛାତ୍ରୀ ମାନେ ଏହି ସ୍ଵାଗତ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପ୍ରଥମ ପ୍ରବେଶ ବା ସ୍ଵାଗତ ଉତ୍ସବ କାର୍ଯ୍ୟକ୍ରମ କଲେଜ ଅଧ୍ଯକ୍ଷା ଅମିତା ଦାଶ ଙ୍କ ଅଧ୍ୟକ୍ଷତାରେ ବେଶ ଆଡ଼ମ୍ବର ପୂର୍ଣ୍ଣ ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଅଧ୍ଯକ୍ଷା ଶ୍ରୀମତୀ ଦାଶ ପ୍ରଥମେ ପ୍ରତୀପ ପ୍ରଜ୍ୱଳନ ସହ ଧୂପ, ପୁଷ୍ପ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରିୟ ବ୍ରତ ସେନାପତି , ଲକ୍ଷ୍ମୀକାନ୍ତ ଦାଶ, ମାନସ ରଂଜନ ପଟ୍ଟନାୟକ, ସତ୍ୟବାଦୀ ନାହାକ, ଦିଲିପ କୁମାର ମହାନ୍ତି ଓ ଅଧ୍ଯାପିକା ଡଃ ନମିତା କୁମାରୀ ନାୟକ ପ୍ରମୁଖ ଅତିଥିଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ କର୍ତ୍ତବ୍ୟ ପରାୟଣତା,ନିଷ୍ଠା,ଶୃଙ୍ଖଳା ବଦ୍ଧତା, ଲକ୍ଷ୍ୟ ଓ ଜଣେ ଭଲ ମଣିଷର ସଜ୍ଞା ବୁଝାଇବା ସହିତ କଲେଜର ବିଭିନ୍ନ ନୀତି ନିୟମ ଏପରିକି ସ୍ଵାଗତ ଉତ୍ସବର ତାତ୍ପର୍ଯ୍ୟ ଉପରେ ବିକ୍ଷିପ୍ତ ଭାବରେ ପ୍ରତିବାଦନ କରିଥିଲେ ।

ଅଧ୍ୟାପକ ଶିବରାମ ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲାବେଳେ ଅଧ୍ୟାପକ ବିଜୟ କୁମାର ଦାଶ, ପ୍ରଶାନ୍ତ କୁମାର ରାଉତ , କୃଷ୍ଣଚନ୍ଦ୍ର ରାଉତ,ଅଧ୍ଯାପିକା ଇନ୍ଦିରା ପ୍ରିୟଦର୍ଶିନୀ ,କ୍ରିଷ୍ଣା କୁମାରୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।ଏହି ପରିପ୍ରେକ୍ଷୀରେ ସ୍ଵାଗତ ସଙ୍ଗୀତ ସହ କଲେଜ କର୍ମଚାରୀ ଓ ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା ।