ନୟାଗଡ଼ ଏନଏସି ହାଇସ୍କୁଲ ନିକଟ ବାବା ରାମେଶ୍ୱର ଙ୍କ ପୀଠରେ ରାତି 10ଘଟିକା 30ସମୟ ରେ ଉଠିଲା ମହାଦୀପ। ପ୍ରଭୁ ରାମେଶ୍ୱର ଙ୍କ ନୀତି କାନ୍ତି ଶେଷ ପରେ ମହାଦୀପ ଉଠିଥିଲା। ଦୀପ ଉଠିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତଙ୍କ ହର ହର ମହାଦେବ ଧ୍ୱନିରେ କମ୍ପି ଉଠିଥିଲା ମନ୍ଦିର ପରିସର। ମହାଦୀପ ଦର୍ଶନ ବେଳେ ଭାବ ବିହୋଳ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ।

ମହାଦୀପ ଦେଖିଲାପରେ ନିଜର ଉପବାସ ଭଙ୍ଗ କରିଥିଲେ ଶ୍ରଦ୍ଧାଳୁ । ଏହା ପରେ ମହାଦୀପ ଉଠିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଭିଡକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନଓ ମନ୍ଦିର ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଏଥି ସହ ମନ୍ଦିର କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ