Skip to content

ପ୍ରେସରୁମ ପାଇଁ ଜିଲ୍ଲାପାଳଙ୍କ ଅନୁମତି ପ୍ରଦାନ

ନୟାଗଡ଼, ୭/୫: ଦୀର୍ଘଦିନ ଧରି ସାମ୍ବାଦିକ ମାନଙ୍କ ନିମନ୍ତେ ଏକ ସାମ୍ବାଦିକ ପ୍ରକୋଷ୍ଠ ଖୋଲିବା ପାଇଁ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ଦାବି ରଖି ଆସୁଥିଲା। ଏ ସଂକ୍ରାନ୍ତରେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସଙ୍ଗେ ସଙ୍ଗେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଗତ ୧୭ ତାରିଖରେ ଜିଲ୍ଲାପାଳଙ୍କ ଆହ୍ୱାନ କ୍ରମେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଏବଂ ସଦସ୍ୟ ମାନଙ୍କ ଉପସ୍ଥିତି ରେ ଏକ ବୈଠକ ଅନୁଷ୍ଠିତ ହୋଇ ପୁରୁଣା ଜେଲ ସାମନାରେ ଥିବା ଜେଲରଙ୍କ କ୍ୱାର୍ଟରକୁ ସାମ୍ବାଦିକ ପ୍ରକୋଷ୍ଠ ବୋଲି ଅଭିହିତ କରି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସମ୍ପୂର୍ଣ୍ଣ ଅକ୍ତିଆରରେ ରହିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ନିଷ୍ପତ୍ତି ଅନୁଯାଇ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଜନୈକ ସୁଇପର ଯୋଗାଇ ଦେବା ସହିତ ଦୈନିକ ଅଫିସ ସମୟ ନିର୍ଘଣ୍ଟ ଅନୁସାରେ ଖୋଲିବା, ବନ୍ଦ କରିବା ଏବଂ ସଫା ସୁତୁରା ରଖିବା କାର୍ଯ୍ୟ କରିବ ବୋଲି ଜଣା ପଡ଼ିଛି।ଜିଲ୍ଲା ସାମ୍ବାଦିକ ସଂଘ ଜିଲ୍ଲାପାଳ ଙ୍କ ଏତାଦୃଶ ସାଧୁ ଉଦ୍ୟମ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଜଣାଇଛି।

Ad 1