ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ଫତେଗଡ଼ ରାମ ମନ୍ଦିର ଆଜି ପ୍ରାଣ ପ୍ରତିଷ୍ଠା ହୋଇଛି, ବିଭିର୍ନ ମନ୍ତ୍ର ଧ୍ୱନି ଭିତରେ ଆଜି ରାମଚନ୍ଦ୍ର ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି, ହଜାର ହଜାର ଭକ୍ତ ଏହି ଉତ୍ସବ ରେ ସାମିଲ ହୋଇଛନ୍ତି, ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ପୁରୀ ଶଙ୍କରାଚାର୍ଯ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା,ସେ ଏହି କାର୍ଯ୍ୟକ୍ରମ ରେଯୋଗ ଦେଇ ପାରି ନାହାନ୍ତି,ଯାହାକୁ ନେଇ ଭକ୍ତ ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି,ନୟାଗଡ଼ ଠାରୁ 35କିଲୋମିଟର ଦୂର ରେ ରହିଛି ଫତେଗଡ଼ ଗ୍ରାମ ସେହି ଗ୍ରାମ କୁ ସୁରକ୍ଷାଦେଇ କେଉଁ କାଳ ରୁ ଦଣ୍ଡାୟମାନ ଫତେ ଗଡ଼ ପାହାଡ଼,, ସବୁ ଜିମା ରେ ଅଚ୍ଛାଦିତ ଏହି ପାହାଡ଼ ଉପରେ ରହିଛି ଭାଗବତ ପୀଠ, ସେଇଠି ତିଆରି ହୋଇଛି ପ୍ରଭୁ ଶ୍ରୀ ରାମ ଙ୍କ ଭବ୍ୟ ଓ ଦିବ୍ୟ ମନ୍ଦିର, ଫତେଗଡ଼ ଗାଁ ଲୋକ ଓ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତି ଙ୍କ ଦାନ ଅର୍ଥ ରେ ଏହି ବିଶାଳ ମନ୍ଦିର ନିର୍ମାଣ କରାଯାଇଛି, ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ପ୍ରତିଷ୍ଠା ଉତ୍ସବ ଗତ 17ତାରିଖ ରୁ ଆରମ୍ଭ ହୋଇଛି,ପ୍ରଭୁ ଶ୍ରୀରାମ ଚନ୍ଦ୍ର ଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିବା ବେଳେ ସାଧୁ ସନ୍ଥ ଙ୍କ ଉପସ୍ଥିତ ରେ ରୀତିନୀତି ଅନୁସାରେ ପୂଜାଅର୍ଚନା କରାଯାଇଛି, ତାପରେ ପ୍ରଭୁ ଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି,

ପ୍ରାଣ ପ୍ରତିଷ୍ଠା ପରେ ହଜାର ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଧାଢ଼ୀ ରେ ଯାଇ ପ୍ରଭୁ ଶ୍ରୀରାମ, ମାତା ସୀତା,ଲକ୍ଷ୍ମଣ, ସୁଦର୍ଶନ, ଓ ହନୁମାନଙ୍କ ଦିବ୍ୟ ରୂପ ଦର୍ଶନ କରିଛନ୍ତି, ପ୍ରଭୁଙ୍କ ଏହି ଅପୂର୍ବ ରୂପ ଦର୍ଶନ କରି ଭାବବିହ୍ଵଳ ହୋଇଥିଲେ ଶ୍ରଦ୍ଧାଳୁ, ଆଜି ଫତେଗଡ଼ ରାମ ମନ୍ଦିର ଲୋକାର୍ପିତ ହୋଇଛି, ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ପୁରୀ ଗୋବର୍ଧନ ପୀଠ ର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜ ପତି ମହାରାଜା ଦିବ୍ୟ ସିଂହଦେବ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା,

ହେଲେ ଶଙ୍କରାଚାର୍ଯ୍ୟ ଓ ଗଜପତି ଆସି ନଥିଲେ, ମିଳିଥିବା ସୂଚନା ଅନୁସାରେ ଅଯୋଧ୍ୟା ରେ ଆୟୋଜିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ଗଜପତି ସାମିଲ ହୋଇଥିବାରୁ ସେ ଆସି ପାରି ନଥିଲେ, ସେପଟେ ଶଙ୍କରାଚାର୍ଯ୍ୟ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଫତେଗଡ଼ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ସାମିଲ ହୋଇ ପାରିନଥିବା ଜଣାପଡିଛି, ଫତେଗଡ଼ ପାହାଡ଼ ଶିଖର ରେ ଭଗବତ ପୀଠ ପାଖରେ 4ବର୍ଷତଳେ ନିର୍ମାଣ ଆରମ୍ଭ କରାଯାଇଥିଲା ବିଶାଳ ଶ୍ରୀ ରାମ ମନ୍ଦିର, ବଉଳମାଳ ପଥରରେ ଆକର୍ଷଣୀୟ ଶ୍ରୀ ରାମ ମନ୍ଦିର ନିର୍ମାଣ କରାଯାଇଛି,

ତତ ସହିତ ପାହାଡ଼ ଉପରକୁ ଯିବା ପାଇଁ ଅଙ୍କାବଙ୍କା ରାସ୍ତା ନିର୍ମାଣ କରାଯାଇଛି,, ମନ୍ଦିର ପାର୍ଶ୍ଵ ରେ ଗାଡିପାର୍କିଙ୍ଗ, ଓ ପାର୍କ କରାଯାଇଛି,, ଥରେ ପର୍ଯ୍ୟଟକ ସେଠାକୁ ଗଲେ ବାରମ୍ବାର ଯିବାକୁ ଆଗ୍ରହ ପ୍ରକାଶ କରିବେ, ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୀବ ମନୋରମ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋର୍ଟ ନୟାଗଡ଼ ଟୁଡ଼େ