ବଂଶୀଧର ଇଣ୍ଟରନ୍ୟାସ ନାଲ ଫାଉଣ୍ଡେସନ ଫରପିସ ଆଣ୍ଡ ଡେଭଲପ ମେଣ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

” ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ ” ଇଟାମାଟି, ଏବଂ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା “ବ୍ୟଙ୍ଗ କଲମ” ନୟାଗଡ଼ଙ୍କ ଆନୁକୂଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଉଦଯାପନ ଦିବସରେ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ପଣ୍ଡୁସର ଓ ବିରୁଡା ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହି ଦୁଇ ପଞ୍ଚାୟତର ସୁନାଲଟି, ବାଘେରା , ମର୍ଦ୍ଦରାଜପୁର, ବରକୋଳି ପାଟଣା, ପାଣ୍ଡେରୀ ପାଟଣା, ବିରୁଡ଼ା ଗ୍ରାମରେ ପ୍ରତି ଘରକୁ ଘର ଯାଇ ଆମ୍ବ,ପଣସ, ଅଁଳା, ଡାଳିମ୍ବ, ଅଶୋକ, ଜାମୁ, ବାଉଁଶ, ବେଲ ଓ ଗଙ୍ଗଶିଉଳି ଭଳି ଏକ ହଜାରରୁ ଉର୍ଦ୍ଧ ଔଷଧୀୟ ଚାରା ବଣ୍ଟନ କରାଯାଇଅଛି ।

ଏହି ମହତ୍ ଜନହିତକର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉଦ୍ୟାନ କୃଷି ଅଧକାରୀ ଶ୍ରୀଯୁକ୍ତ ଲଳିତ କୁମାର ପଣ୍ଡା ଯୋଗଦେଇ ସୁନାଲଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହ ଗଛର ଉପକାରିତା ଉପରେ ଛାତ୍ର , ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ ।

ଏହାସହ ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ସାହୁ , ବ୍ୟଙ୍ଗ କଲମ ସମ୍ପାଦକ ରବୀନ୍ଦ୍ର ରାଉତ , ଛାତ୍ର ନେତା ଜ୍ୟୋତି ରଞ୍ଜନ ଦାଶ, (ଟାଟୁନ )ଅକ୍ଷୟ କୁମାର ମଲ୍ଲ (ଲିବୁ) ଏବଂ ଅନୁଷ୍ଠାନର ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକ , ସଦସ୍ୟ ପବିତ୍ର ଇନ୍ଦ୍ରଜିତ, ସଦସ୍ୟା ପୂର୍ଣ୍ଣିମା ମହାପାତ୍ର, ଝରଣା ସ୍ୱାଇଁ, ପୂଜାରାଣୀ ସାହୁ,ଅମିତା ପ୍ରଧାନ,ବିଜୟ କୁମାର ଦାଶ,ପ୍ରଶାନ୍ତ କୁମାର ସାହୁ,ବବୁଲ ଦାଶ, ତୋଫାନ ମୁଦୁଲି,ଉମାକାନ୍ତ ମହାପାତ୍ର, ପ୍ରଭୁ ଦତ୍ତ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ, ଦେବରାଜ ସାହୁ, ମନୋରଞ୍ଜନ ଖଠୁଆ,ଦିଗମ୍ବର ବେହେରା,ଜ୍ୟୋତି ରଞ୍ଜନ ପରିଡା, ସିଲୁ ବରାଡ଼, ଦୀପକ କୁମାର ନାୟକ, ରାଜେଶ ବାରିକ,ଶ୍ରୀଧର ସାହୁ, ପ୍ରଦ୍ୟୁମ୍ନ ସାହୁ, କୁଶ ମହାରଣା,ଜୟ ଦେବ ମହାରଣା ଏବଂ ମଧୁସୂଦନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

You might also like