Skip to content

ବଉଳି ସାହିରେ 4ଯୁବକ ଙ୍କୁ ବିଜେପି କର୍ମୀଙ୍କ ମାରଣାନ୍ତକ ଆକ୍ରମଣ, ଭୁବନେଶ୍ୱର ସ୍ଥାନାନ୍ତର

ଗଣ୍ଡଗୋଳ ସାଜିଲା ବିଜେପି ର ଏକ ମାତ୍ର ପନ୍ଥା, ରକ୍ତମୁଖା ହେଲା ବିଜେପି, ସୂଚନା ଅନୁସାରେ ନୟାଗଡ଼ ବ୍ଳକ ଅନ୍ତର୍ଗତ ନୋତ୍ତର ଗ୍ରାମ ପଞ୍ଚାୟତ ବଉଳି ସାହିରେ 4ଯୁବକ ଙ୍କୁ ମାରଣା ନ୍ତକ ଆକ୍ରମଣ କରାଯାଇଛି, ବନ୍ଧୁକ, କଟୁରୀ, ଖଣ୍ଡା, ଓ ବିଭିର୍ନ ମାରଣା ଅସ୍ତ୍ର ରେ 4ଯୁବକ ଙ୍କୁ ବିଜେପି କର୍ମୀ ଆକ୍ରମଣ କରିଛନ୍ତି, ବଉଳି ସାହି ଗ୍ରାମର ପୃଥିରାଜ ଦଳବେହେରା, ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ, ଓ ପ୍ରଦ୍ୟୁମ୍ନ ରଥ, ଗାଁ ମନ୍ଦିର ପାଖରେ ଛିଡା ହୋଇଥିବା ବେଳେ ହଠାତ ବିଜେପି କର୍ମୀ ମାନେ ଆସି ଗୁଳି ଚାଳନା କରିବା ସହିତ ମାରଣା ଅସ୍ତ୍ର ରେ ଆକ୍ରମଣ କରିଥିଲେ, ଏଥି ସହ ଗ୍ରାମର ପୃଥ୍ୱୀରାଜ ଦଳ ବେହେରା ଙ୍କ ହାତଗୋଡ଼ କୁ ହାଣି ଖଣ୍ଡବିଖଣ୍ଡିତ କରି ଦେଇ ଛନ୍ତି,ପୃଥ୍ୱୀ ରାଜ ଙ୍କୁ ମୁମୁର୍ଷୁ ଅବସ୍ଥା ରେ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା, ଅବସ୍ଥା ଗୁରୁତ୍ୱର ହେତୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି,

ସେହି ପରି ଭାବେ ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ, ଓ ପ୍ରଦ୍ୟୁମ୍ନ ରଥ ଙ୍କ ଦେହରେ ଅନେକ ଗୁଳି ବାଜିଥିବାରୁ, ସେମାନଙ୍କୁ ମୁଖ୍ୟ ଚିକିତ୍ସା ଳୟ ରେ ଚିକିତ୍ସା କରାଯାଇ, ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି,ବଉଳି ସାହି ଗ୍ରାମର ବନମାଳୀ ନାୟକ,ସନ୍ତୋଷ ନାୟକ, ନାଲୁ ବେହେରା,ବିଜୟ ନାୟକ, କାଶୀନାଥ ନାୟକ ଓ ଗଙ୍ଗାଧରଜେନା ମିଳିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିବା ଆହାତ ମାନେ ସୂଚନା ଦେଇ ଛନ୍ତି,

ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି କର୍ମୀ ମାନେ ରକ୍ତମୁଖା ହୋଇ ଆକ୍ରମଣ କରୁଛନ୍ତି, ଯାହା ସାଧାରଣ ଜନତା ଆଶା କରୁନଥିଲେ ତାହା ବିଜେପି କରି ଦେଖାଇଲା ବୋଲି ଶୁଣି ବାକୁ ମିଳିଥିବା ବେଳେ, ଗଣ୍ଡଗୋଳ ବିଜେପି ର ଏକ ମାତ୍ର ପନ୍ଥା ବୋଲି ଆହାତ ମାନେ ପ୍ରକାଶ କରିଛନ୍ତି

Ad 1