ବଡ଼ ଦାଣ୍ଡ ଭାରୀ ଭିଡ଼ -ହାଉଲେ ଯିବୁସୁନାବେଶ ଭଜନ ସମାରୋହ

ବଡ଼ ଦାଣ୍ଡ ଭାରୀ ଭିଡ଼ ଟିକେ ହାଉଲେ ଯିବୁ ନରେନ୍ଦ୍ର ପୋଖରୀ ଚହଲି ପଡିବ, ମାଇଲେ ଖପରାକାତି ସଂଗୀତ ରେ ଭାବମୟ ହୋଇ ପଡିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ନୟାଗଡ଼ ପୁରୁଣା ସହର ଠାରେ ଅନୁଷ୍ଠିତ ବାହୁଡା଼ ଯାତ୍ରା ଅବସର ରେ ବଡ଼ ଏକାଦଶୀ ଦିନ ଚତୁର୍ଦ୍ଧାମୂର୍ତ୍ତି ସୁନା ବେଶ ରଦର୍ଶନ ବେଳେ ଭଜନ ର ଅମୃତ ଧାରା ରେ ଭିଜିଲେ ଭକ୍ତବୃନ୍ଦ, ଜିଲ୍ଲା ପ୍ରଶାସନ ଓ ଦେବୋତର ଵିଭାଗ ଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଭଜନ ସନ୍ଧ୍ୟା କୁ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ,

ନାଟ୍ୟଭୁଷଣ ଡକ୍ତର ବିଜୟ କୁମାର ଚୌଧୁରୀ, ଦେବୋତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଭଜନ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ,ସ୍ଥାନୀୟ କଳାକାର ସଂଗୀତ ପ୍ରେମୀ ବୁଲୁ ମିଶ୍ର ଙ୍କ ସଂଯୋଜନା ରେ “ଅନୁଗୁଳ ସ୍ଥିତ ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା ପରିବାର ପକ୍ଷରୁ ଭଜନ ପରିବେଷଣ କରିଥିଲେ, ସ୍ୱନାମ ଧନ୍ୟ ଭଜନ ଗାୟକ ବାଦଲ ଆଚାର୍ଯ୍ୟ ସ୍ୱପ୍ନଜିତ ସାମନ୍ତରା, ବାବୁଲି ନନ୍ଦ, ପ୍ରମୁଖ ଙ୍କ ଭଜନ ଭକ୍ତ ମାନଙ୍କୁ ମନମୁଗ୍ଧ କରିଥିଲା, ଅନୁରୋଧ କ୍ରମେ ସ୍ଥାନୀୟ ସ୍ୱନାମ ଧନ୍ୟ ତଥା ବରିଷ୍ଠ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ର ଭଜନ ପରିବେଷଣ କରିଥିଲେ

You might also like