ବନ୍ଦେ ଉତ୍କଳ ଜନନୀଗାନ ଏବଂ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମ ରେ ଏହାର ଦୃଶ୍ୟ ଶ୍ରାବ୍ୟ ପ୍ରଦର୍ଶନ

ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ଜନତା ମଇଦାନ ଭୁବନେଶ୍ୱର ଠାରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନ କରୁ ଥିଲା ବେଳେ, ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲାପାଳ ଶ୍ରୀ ଦିଲ୍ଲୀପ କୁମାର ବଳ, ଙ୍କ ନେତୃତ୍ୱ ରେ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ, ଓ କର୍ମଚାରୀ, ଜିଲ୍ଲା ପାଳଙ୍କ ସଦଭାବନା ଗୃହ ରେ ଉପସ୍ଥିତ ରହି ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହ କାର୍ଯ୍ୟକ୍ରମ କୁ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମ ରେ ଦେଖି ଥିଲେ,

ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଳକ ଓ ଜିଲ୍ଲା ମଧ୍ୟ ରେ ଥିବା ସମସ୍ତ ସରକାରୀ, ଓ ବେସରକାରୀ, ଅନୁଷ୍ଠାନ ମାନେ ଭାଗ ନେବାପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଧେଶନାମା ଜାରୀ କରାଯାଇଥିଲା, ଜିଲ୍ଲା ମଧ୍ୟ ରେ ଥିବା ସମସ୍ତ ବରପୁତ୍ର ମାନଙ୍କ ଚାରି ପାର୍ଶ୍ୱ ପରିଷ୍କାର କରିବା, ସହ ପୁଷ୍ପ ମାଲ୍ୟ ଅର୍ପଣ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଭିର୍ନ ଅନୁଷ୍ଠାନ ମାନଙ୍କୁ ଅନୁରୋଧ କରାଯାଇଥିଲା, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

You might also like