ବରିଷ୍ଠ ନାଗରିକ ସମାଜ ର ପଥ ପ୍ରଦର୍ଶକ ସେମାନଙ୍କ ନିଷ୍ଠା, ତ୍ୟାଗ ର ତୁଳନା ନାହିଁ, ବରିଷ୍ଠ ଙ୍କ ଉପସ୍ଥିତି ପରିବାର ଭିତରେ ଶୃଙ୍ଖଳା ରକ୍ଷା କରିଥାଏ, ବାପା,ବୋଉ ଜେଜେବାପା, ଜେଜେ ମା ଭଳି ବରିଷ୍ଠ ମାନଙ୍କ ଆଶ୍ରିବାଦ, ପୁଅ, ଝିଅ ଏବଂ ଯୁବ ପିଢ଼ି ମାନଙ୍କ ପାଇଁ ବର ଦାନ ସଦୃଶ, ସେମାନଙ୍କ ପ୍ରେରଣା ନୀତି ଆଦର୍ଶ ସନ୍ତାନ ଙ୍କ ପାଇଁ ମଙ୍ଗଳ ମୟ ହୋଇଥାଏ, ଖଣ୍ଡପଡ଼ା ବ୍ଲକ ବନ ମାଳି ପୁର ଆଞ୍ଚଳିକ ବରିଷ୍ଠ ନାଗରିକ ଫୋରମ ଉଦଘାଟନ ଉତ୍ସବ ରେ ଖଣ୍ଡପଡ଼ା ର ମାନ୍ୟବର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ଭାପୁର ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ପ୍ରଭାକର ସାହୁ, ଖଣ୍ଡପଡା ଏସଡିପିଓ ବିମଳ କୁମାର ବାରିକ, ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ପରିଡା, ପଞ୍ଚାୟତ ସମିତି ଅଧକ୍ଷା ଉପମା ବେହେରା, ସରପଞ୍ଚ ବାସନ୍ତୀ ବେହେରା, ପ୍ରମୁଖ ଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକ ରେ ଏହିମତ ପ୍ରକାଶ ପାଇଛି,

ଖଣ୍ଡପଡା ବରିଷ୍ଠ ନାଗରିକ ସଙ୍ଘ ର ସଭାପତି ଅଖିଳ କୁମାର ମହାରଣା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହିସଭାରେ ଉପସଭାପତି ରବୀନ୍ଦ୍ର କୁମାର ସାହୁ, ବିବରଣୀ ପାଠ କରିଥିଲେ, ସମ୍ପାଦକଲକ୍ଷ୍ମୀ ଧର ସାଥୁଆ ଏବଂ ସଭାପତି କାଶୀନାଥ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ, 40ଜଣ ବରିଷ୍ଠ ନାଗରିକ ଙ୍କୁ ସେମାନଙ୍କର ପରିଚୟ ପତ୍ର ଅତିଥି ମାନେ ବଣ୍ଟନ କରିଥିଲେ
