ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକ ଗୋଷ୍ଟି କେନ୍ଦ୍ର ହାଟପଦା ପରିସର ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ଯୋଗ ଦେଲେ ବିଧାୟକ

ସୂଚନା ଅନୁସାରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆଜି 11ଘଟିକା ସମୟ ରେ ବରିଷ୍ଠ ନାଗରିକ ଗୋଷ୍ଠୀକେନ୍ଦ୍ରହାତପଦା ପରିସର ରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି,ମୁଖ୍ୟ ଅତିଥିରୂପେ ମାନ୍ୟବରବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ଥିବା ବେଳେ ଜିଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ, ଏଥି ସହିତ ପୌରାଞ୍ଚଳ ଅଧକ୍ଷା ନିରୁପମା ଖଟେଇ ଉପସ୍ଥିତ ଥିଲେ,ବିଧାୟକ ନିଜର ସୁ ବକ୍ତବ୍ୟ ପ୍ରଦାନ କରି ଆଗକୁ କିପରି ଉର୍ନତି ଓ ସଫଳତା ର ପାହାଚ ଉଜି୍ଜୀବିତ ହୋଇ ପାରିବ ସେଇ ନେଇମଙ୍ଗଳ କାମନା କରିଥିଲେ ଏଥି ସହିତ ମଞ୍ଚ ପକ୍ଷରୁ ସାହାଯ୍ୟ ସହଯୋଗ ବରିଷ୍ଠ ନାଗରିକ ମଞ୍ଚକୁ ଶକ୍ତି ଶାଳୀ, ଓ ସୁସଙ୍ଗଠିତ କରିପାରିଛି, ମାନ୍ୟବର ବିଧାୟଙ୍କ ଉତ୍ସର୍ଗୀକୃତଭାବନl ଓ ଅଙ୍ଗିକାର ବଦ୍ଧତା ଏବଂ ସର୍ବୋପରି ବରିଷ୍ଠ ନାଗରିକ ମଞ୍ଚ କୁ ମଜବୁତ କରି ଗଢି ତୋଳି ଥିବା ଯୋଗୁ ରାଜ୍ୟ ସ୍ତର ରେ ଅନୁଷ୍ଠାନ ବହୁ ଆଗରୁ ପୁରସ୍କୃତ ହୋ ପାରିଛି ବୋଲି କୁହା ଯାଇଥିବା ବେଳେ ବିଭିର୍ନ ସମସ୍ୟା ଆଲୋଚନା କରାଯିବ ସହିତ ଦାବି ଉପସ୍ଥାପନା କରାଯାଇଥିଲା, ଏଥି ସହିତବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସମ୍ପାଦକ ଲୋକ ନାଥ ପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠଉପ ଦେଷ୍ଟା ବିଶ୍ଵନାଥ ନାୟକ ଉପସ୍ଥିତ ଥିଲେ,ସର୍ବ ଶେଷ ରେବିଧାୟକ ଓ ପୌରପରିଷଦ ଅଧକ୍ଷା ଓ ଓ ଉପାଧକ୍ଷ ଙ୍କୁ ବରିଷ୍ଠ ନାଗରିକ ଙ୍କ ମଞ୍ଚ ପାଇଁ ନିଷ୍ଠା ଓ ପ୍ରଚେଷ୍ଟା ର ଭୁୟସୀ ପ୍ରଶଂସା କରିବା ସହିତ ସମସ୍ତ ଅତିଥି, ଓ ବରିଷ୍ଠ ନାଗରିକ ମଞ୍ଚ ର ସମସ୍ତ ସଭ୍ୟ ଙ୍କୁ ମଞ୍ଚ ତରଫରୁ ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ

You might also like