ସୂଚନା ଅନୁସାରେ ଆଜି 7ଘଟିକା ସମୟରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁପୁରୁଣା ସହର ଯଦୁ ମଣି ମଣ୍ଡପ ଠାରେ ବିଶ୍ୱ ହାସ୍ୟ ଦିବସ ଉପଲକ୍ଷେ ହସି ହସାଅ କାର୍ଯ୍ୟକ୍ରମ ସହିତ ଉତ୍କଳ ଘଣ୍ଟ ହାସ୍ୟ ରସିକ ଉପାୟନ ପ୍ରଦାନ ଉତ୍ସବ ଓଡ଼ିଶାର ସ୍ୱନାମ ଧନ୍ୟ ବ୍ୟଙ୍ଗ କବି ଓ ସାହିତ୍ୟିକ ମାନଙ୍କ ଗହଣ ରେ ଅନୁଷ୍ଠିତ ହୋଇଛି, ଏହି ଅବସର ରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ତଥା ହସକୁରା ସେବକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଯୋଗ ଦେଇ ଜଗନ୍ନାଥ ଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁଉଦଘାଟନ କରିଥିଲେ, ତତ ସହିତ ବିଶିଷ୍ଟ ଅତିଥି ରୂପେ ଜିଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ,

ଅନୁଷ୍ଠାନ ର ସଭାପତି ପ୍ରମୋଦ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି,, ଡ଼ କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ, ଡ଼, ରମା କାନ୍ତ ମହାପାତ୍ର,, ରବୀନ୍ଦ୍ର ରାଉତ, ମିଷ୍ଟର କାଳିଆ, ଆର୍ତ୍ତତ୍ରାଣ, ବାଳକୃଷ୍ଣ, ବିଭୁ, ମନ ମାଷ୍ଟ୍ରେ,, ସତ୍ୟବ୍ରତ ଙ୍କ ସମେତ ବହୁ ବ୍ୟଙ୍ଗ କବି ଯୋଗ ଦେଇ ଥିଲେ,,ବ୍ୟଙ୍ଗ ସାହିତ୍ୟ କ୍ଷେତ୍ର ରେ ଉଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ଉତ୍କଳ ଘଣ୍ଟ ହାସ୍ୟ ରସିକ ଉପାୟନ -2025ବ୍ୟଙ୍ଗ ବାଗିସ ଜ୍ଞାନ ହୋତା ଙ୍କୁ ପ୍ରଦାନ ସହିତ ନଗଦ 21ହାଜର ଟଙ୍କା ପୁରସ୍କାର ରାଶି ଉପଢୌକନ ଏବଂ ମାନପତ୍ର ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ, ଅନୁରୂପ ଭାବେ ଅନ୍ୟ ହାସ୍ୟ କଳାକାରଙ୍କୁ ମଧ୍ୟ ଉପଢୌକନ ଓ ମାନ ପତ୍ର ପ୍ରଦାନ ସହ ସହିତ ସମ୍ବର୍ଦ୍ଧନା ଦିଆ ଯାଇଥିଲା,

ଅନୁଷ୍ଠାନ ର ସମ୍ପାଦକ ନିର୍ମଳ ଚନ୍ଦ୍ର ସୁରଦେଓ, ଅତିଥି ପରିଚୟ ଓ ଧନ୍ୟ ବାଦ ଅର୍ପଣ କରିଥିଲେ, କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାସ, କବି ଅଶୋକ ମଲ୍ଲ, ଲକ୍ଷ୍ମୀଧର ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ,ହସିବା ଦ୍ୱାରା ଦେହ ଓ ମନସୁସ୍ଥ ରହେ, ନୟାଗଡ଼ ମାଟି ବ୍ୟଙ୍ଗ ସାହିତ୍ୟ ର ମାଟି ଓ ଏଠାରେ ବ୍ୟଙ୍ଗ କବି ତଥା ଉତ୍କଳ ଘଣ୍ଟ ଯଦୁମଣି ସମଗ୍ର ରାଜ୍ୟ ରେ ତଥା ଦେଶ ରେ ପ୍ରସିଦ୍ଧି ଅର୍ଜନ କରିଥିବା ବେଳେ ତାଙ୍କର କୃତି ନୟାଗଡ଼ ପାଇଁ ଗୌରବ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ, କାର୍ଯ୍ୟକ୍ରମ ଅବସର ରେ ବ୍ୟଙ୍ଗ କବି ଓ ହାସ୍ୟ ଅଭିନେତା ମାନେ ଦର୍ଶକ ଙ୍କୁ ବିଭିର୍ନ ବ୍ୟଙ୍ଗ ଓ ଅଭିନୟ, ଦ୍ୱାରା ବିମୋହିତ କରିଥିଲେ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ବୁଦ୍ଧିଜୀବୀ, ସାହିତ୍ୟିକ ସାମ୍ବାଦିକ ଏବଂ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ମଜା ଉପଭୋଗ କରିଥିବା ସୂଚନା ମିଳିଛି