ନିର୍ବାଚନ ପୂର୍ବ ରୁ ନୟାଗଡ଼ ଖଣ୍ଡପଡ଼ା ପୂର୍ତ୍ତ ରାସ୍ତା ର ଉର୍ନତି କରଣ କାର୍ଯ୍ୟ କରାଯାଇଥିଲା, 10କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟ ରେ ରାସ୍ତା ଉର୍ନତି କରଣ କରାଯାଇଥିବା ବେଳେ ନୟାଗଡ଼ ସହର ମୁଖ୍ୟ ଛକ ରୁ ରେଳ ଓଭରବ୍ରିଜ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱ ରେ ଫେବରବ୍ଳକ ବିଛା ଯାଇଥିଲା, ମାତ୍ର ଉକ୍ତ ରାସ୍ତା ରେ ଅନେକ ସ୍ଥାନ ରେ ରହିଥିବାସମସ୍ୟା କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି, ଦୀର୍ଘ ବର୍ଷ ତଳେ ରାସ୍ତା ନିର୍ମାଣ ସମୟ ରେ ବାଲୁଗାଁ ଛକ ନିକଟରେ ରାସ୍ତା ନିର୍ମାଣ ରେ ହୋଇଥିବା ଭୁଲ କୁ ଵିଭାଗ ସୁଧାରିବା ପାଇଁ ଆଦୌ ଧ୍ୟାନ ଦେଉ ନାହିଁ, ବାଲୁଗାଁ ଛକ ନିକଟରୁ ପିଚୁ ରାସ୍ତା ଓ କଂକ୍ରିଟ ରାସ୍ତା ସଲଗ୍ନ ସ୍ଥାନରେ ଉଚ୍ଚା ନୀଚା କରାଯିବାକୁ ନେଇ ଉକ୍ତ ସ୍ଥାନ ରେ ବ୍ୟାପକ ସମସ୍ୟା ରହିଛି, ରାସ୍ତା ର ଉଚତା ତାଳମେଳ ନଥିବାରୁ ଉକ୍ତ ସ୍ଥାନରେ ଆଣ୍ଠୁଏ ପାଣି ଜମି ରହୁଛି, ପାଣି ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟ ରେ ଲାଗୁ ନାହିଁ, ବରଂ ଡ୍ରେନ ପାଣି ରାସ୍ତା ର ଲହଡି ଭାଙ୍ଗୁଛି,

ସାମାନ୍ୟ ବର୍ଷା ରେ 50ଫୁଟୁ ରାସ୍ତା ଜଳାଅର୍ଣ୍ଣବ ହୋଇ ରହୁଛି, ଫଳ ରେ ଭାରୀ ଯାନ ଓ ଖୁଦ୍ର ଯାନ ଚଳାଚଳ ସମୟ ରେ ଉକ୍ତ ରାସ୍ତା ମଧ୍ୟ ନଷ୍ଟ ହେଇଯାଉଛି, ଖାଲ ଉପରେ ପାଣି ଜମି ରହୁ ଥିବାରୁ ରାସ୍ତା ରେ ଯାଉଥିବା ବାଇକ ଚାଳକ ଅସବଧାନତା ବଶତଃ ଦୁର୍ଘଟଣା ର ଶିକାର ହେଉଛନ୍ତି, ଏ ନେଇ ପୂର୍ତ୍ତ ଵିଭାଗ କୁ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେବି ଵିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଛି, ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ ଏ ସମ୍ପର୍କ ରେ ଵିଭାଗ କୁ ଅବଗତ କରାଇ ଛନ୍ତି, ଵିଭାଗ 5ବର୍ଷ ହେଲା ଏଥି ପ୍ରତି ଆଦୌ ଧ୍ୟାନ ଦେଉନାହିଁ, ଏହା କେବେ ପୂର୍ତ୍ତ ଵିଭାଗ ର ନଜର ପଡୁଛି ତାହା ଦେଖିବାକୁ ବାକି ରହିଲା,