ବାହାଡ଼ାଝୋଲା ପ୍ରାଥମିକ କୃଷି ସମବାୟ ସମିତି ଲିଃ (ପ୍ୟାକ୍ସ)ର ପରିଚାଳନା କମିଟି ନିଲମ୍ବିତ।

ସମିତିରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ରେ ସମିତି ପରିଚାଳନା କମିଟି କୁ ନିଲମ୍ବିତ କଲେ ନୟାଗଡ଼ ସମବାୟ ସମିତି ସମୁହ ଉପ-ନିବନ୍ଧକ।ସମିତି ପରିଚାଳନା କମିଟି ର ସଦସ୍ୟ ମାନେ ଆଣିଥିଲେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ

ନୟାଗଡ଼ ଜିଲ୍ଲା ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ତ ବାହାଡ଼ାଝୋଲା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ରେ ହୋଇଥିବା ଦୁର୍ନୀତି କୁ ନେଇ ସମିତି ର ନିର୍ବାଚିତ ସଭ୍ୟା ସଭ୍ୟା ଓ ସଭାପତି ଙ୍କ ମଧ୍ୟରେ ଲାଗିରହିଥିବା ଶୀତଳ ଯୁଦ୍ଧ ର ଘଟିଛି ଅବସାନ।

ବାହାଡ଼ାଝୋଲା କୃଷି ସେବା ସମବାୟ ସମିତି (ପାକ୍ସ) ର ପରିଚାଳନା କମିଟି ର ସଭାପତି ଙ୍କ ମନମୁଖୀ କାର୍ଯ୍ୟ,ସମିତି ପରିଚାଳନା ରେ ଅନିୟମିତତା,ଦୁର୍ନୀତି,ପରିଚାଳନା ଗତ ତୃଟି ଏବଂ ନିର୍ବାଚିତ ପରିଚାଳନା କମିଟି ର ସଦସ୍ୟ ମାନଙ୍କୁ ଅଣଦେଖା କରିବା ଅଭିଯୋଗ ନେଇ, ଦୀର୍ଘ ଦିନ ଧରି ସଭାପତି ଓ ପରିଚାଳନା କମିଟି ର ସଦସ୍ୟ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିବା ବେଳେ, ସମିତି ପରିଚାଳନା ରେ ଅଚଳା ଅବସ୍ଥା ଲଗିରହିଥିଲା।
ପରିଚାଳନା କମିଟି ର ସଦସ୍ୟ ମାନେ ଏଥି ନେଇ ତା ୧୨.୦୬.୨୦୨୩ ରିଖ ଦିନ ସମବାୟ ସମିତି ସମ୍ମୁଖରେ ଧାରଣା ରେ ବସିବା ସହ ବିଭାଗୀୟ ଉଚ୍ଚ ଅଧିକାରୀ ଓ ସ୍ଥାନୀୟ ବିଧାୟକ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ।

ଅଭିଯୋଗ କରିଥିବା ସମିତି ପରିଚାଳନା କମିଟି ର ସଦସ୍ୟ ମାନଙ୍କ ଅଭିଯୋଗ ର ତଦନ୍ତ କରି ବା ପରେ ଅଭିଯୋଗର ସତ୍ୟତା କୁ ହୃଦୟଙ୍ଗମ କରି ଉପ ନିବନ୍ଧକ ,ସମବାୟ ସମିତି ସମୁହ,ନୟାଗଡ଼ ତାଙ୍କ ଚିଠି ନଂ ୯୪୫ ତା ୨୭.୦୮.୨୦୨୪ ଅନୁଯାୟୀ ବାହାଡ଼ାଝୋଲା ପ୍ରାଥମିକ କୃଷି ସମବାୟ ସମିତି ଲ୍ଲିଃ ର ପରିଚାଳନା କମିଟି କୁ ନିଲମ୍ବିତ କରିବା ସହ ଏଥି ନେଇ ବାହାଡ଼ାଝୋଲା ପ୍ରାଥମିକ କୃଷି ସମବାୟ ସମିତି ଓ ଏହାର ପରିଚାଳନ କମିଟି ର ସମସ୍ତ ସଦସ୍ୟ ମାନଙ୍କୁ ଜଣାଇଛନ୍ତି।
ସୂଚନା ଅନୁଯାୟୀ ବାହାଡ଼ା ଝୋଲା ପ୍ରାଥମିକ କୃଷି ସମବାୟ ସମିତି ଲିଃ ରେ ଅନେକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଥିଲା।ଚାଷୀ ଓ ଚାଷ ର ବିକାଶ ପାଇଁ ପ୍ରତିଷ୍ଠିତ ଏହି କୃଷି ସମବାୟ ସମିତି ର ପରିଚାଳନା କମିଟି ଚାଷୀ ଙ୍କ ହିତ ପାଇଁ କିଛି କାର୍ଯ୍ୟ କରୁନଥିଲେ।

ଚାଷୀଙ୍କୁ କୃଷି ଋଣ ,ଓ ବିହନ ସାର ଯୋଗାଇ ଦେବାରେ ବିଫଳ ହେବା ସହ ବେଆଇନ ଭାବେ ସଭାପତି ,ସମିତିର ଉପ-ସଭାପତି ଙ୍କ ଝିଅ କୁ କୋଷାଧ୍ୟକ୍ଷ ପଦବୀରେ ନିଯୁକ୍ତି କରିବା,ସମିତିର ସଭାବହି,ନୋଟିସ ବହି ସମିତି କାର୍ଯ୍ୟାଳୟ ରେ ନରଖି ନିଜ ଘରେ ନିଜ ପାଖରେ ରଖିବା,ସମିତିର ପରିଚାଳନା କମିଟି ର ସଦସ୍ୟ ମାନଙ୍କୁ ଅବଗତ ନ କରାଇ ସଭାପତି ତାଙ୍କ ମନମୁତାବକ ରେଜ୍ୟୁଲେଶନ କରିବା,ସମିତି ପରିସର ରେ ବାଲି ନପକାଇ ଏଥିନେଇ ପାଇଁ ମିଥ୍ୟା ବିଲ କରି ୪୦ ହଜାର ଟଙ୍କା ସମିତି ତାହବିଲ ରୁ ହଡ଼ପ କରିବା,
ସେହିପରି ସମିତି ଗୃହ ମରାମତି ପ୍ରଭୃତି ନକରି ମିଥ୍ୟା ବିଲ କରି ସମିତିରୁ ତାହବିଲ ରୁ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ ଦେଖାଇବା ଆଦି ଅନେକ ଅନୀୟ ମିତତା ଓ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା।
ଏ ସମସ୍ତ ଅଭିଯୋଗ କୁ ନେଇ, ନୟାଗଡ଼ ସମବାୟ ଉପ-ନିବନ୍ଧକ ଶ୍ରୀ ଅନନ୍ତ ନାୟକ ,ସମିତି ପରିଚାଳନା କମିଟି ର ସମସ୍ତ ସଦସ୍ୟ/ସଦସ୍ୟା ,ସଭାପତି ଏବଂ ସମ୍ପାଦକ ଙ୍କୁ ନୋଟିସ ଜାରି କରି ତା ୨୭/୦୮/୨୦୨୪ ରିଖ ରେ ବ୍ୟକ୍ତିଗତ ଭାବେ ପକ୍ଷ ରଖିବା ପାଇଁ ଅବଗତ କରାଇଥିଲେ।

ପ୍ରାପ୍ତ ସୂଚନା ଅନୁଯାୟୀ ହୋଇଥିବା ଅଭିଯୋଗ ର ତଦନ୍ତ ନିମନ୍ତେ,ବିଭାଗୀୟ ତଦନ୍ତ ଅଧିକାରୀ ସମିତିର ସଭାପତି ଙ୍କୁ ଦୁଇ ଦୁଇ ଥର ଚିଠି କରିଥିଲେ ସୁଦ୍ଧା, ସେ ଏଥିପ୍ରତି ଖାତିର ନ କରି ବିଭାଗୀୟ ନୋଟିସ କୁ ଏଡ଼ାଇ ଆସୁଥିଲେ।
ବିଭାଗୀୟ ଅଧିକାରୀ ଅଭିଯୋଗର ତଦନ୍ତ କରି, ସମିତିରେ ଅନିୟମିତତା ଓ ଦୁର୍ନୀତି ହୋଇଥିବାର ଜଣା ପଡ଼ିବା ପରେ,ବାହାଡ଼ାଝୋଲା ଅଞ୍ଚଳର ଚାଷୀ ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି *ନୟାଗଡ଼ ସମବାୟ ସମିତି ସମୁହ ର ଉପ- ନିବନ୍ଧକ ସମିତିର ପରିଚାଳନା କମିଟି କୁ ନିଲମ୍ବିତ କରିଛନ୍ତି।
ନୂଆଗାଁ ବ୍ଲକ ସମବାୟ ନୀରିକ୍ଷକ ପ୍ରଦର୍ଶନୀ ପ୍ରଧାନ,ସମିତି ପରିଚାଳନା କମିଟି ସଭାପତି ଙ୍କ ଠାରୁ ଦାୟିତ୍ୱ ନେଇ ବାହାଡ଼ାଝୋଲା ପ୍ରାଥମିକ କୃଷି ସେବା ସମବାୟ ସମିତି ର ପରିଚାଳନା ଦାୟିତ୍ଵ ନିର୍ବାହ କରିବେ ବୋଲି ତାଙ୍କ ଚିଠି ରେ ନିର୍ଦ୍ଦେଶ ଦେଇଛନ୍ତି।

You might also like