*ନୟାଗଡ,୧୫/୦୭/୨୪ । ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ପରିଷଦ “ପରମ୍ପରା” ର କଣ୍ଠଶିଳ୍ପୀ ମାନେ ବାହୁଡ଼ା ଦଶମୀ ରେ ମାଉସୀ ମା ଙ୍କ ନିକଟ ମଞ୍ଚରେ ଭଜନ ପରିବେଷଣ କରିଥିଲେ ।ଏହି ଭଜନ ସମାରୋହ କୁ ଜିଲ୍ଲାପରିଷଦ ର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିବା ସମୟରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ଦାମୋଦର ସାହୁ ଓ ସଙ୍ଗୀତ ଗୁରୁ ପ୍ରଭାତ କୁମାର ଦାସ ଉପସ୍ଥିତ ରହି ନୟାଗଡ ଐତିହ,ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ।

ପରମ୍ପରା ପରିଷଦ ର କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ,ପୂର୍ଣ୍ଣଚନ୍ଦ୍ର ମିଶ୍ର, ବିଜୟାନନ୍ଦ ମହାପାତ୍ର,ଭୂମିକା ମହାପାତ୍ର, ବୈଦୁର୍ଯ୍ୟନାଥ କର,ରାମ ପ୍ରସାଦ ମଲ୍ଲିକ, ପୁରୁଷୋତ୍ତମ ମହାପାତ୍ର, ନୈନିକା ପଟ୍ଟନାୟକ, ଓ ଶିଶୁ କଣ୍ଠଶିଳ୍ପୀ ଆରୟାନ୍ ରାଜ ସେଠୀ,ସୃଜନିକା ଦାଶ ଭଜନ ପରିବେଷଣ କରିଥିଲେ।ଏହାକୁ ସଂଯୋଜନା କରିଥିଲେ ଉପସ୍ଥାପକ ଗୋପୀନାଥ ସେଠୀ । ପ୍ରାୟ ୨୦୦ ଭକ୍ତ ଏହି ଭଜନ ସମାରୋହ କୁ ଉପଭୋଗ କରିଥିଲେ। ପରିଷଦ ର ସମ୍ପାଦକ ଡ଼. ନିର୍ମଳ ଚନ୍ଦ୍ର ଶୂରଦେଓ ଏହି ଭଜନ ସମାରୋହ କୁ ପରିଚାଳନା କରିଥିଲେ ଏବଂ ନୟାଗଡ ର ଦେବୋତ୍ତର ବିଭାଗ ଦ୍ଵାର ଏହି ଭଜନ ସମାରୋହ ର ଆୟୋଜନ କରାଯାଇଥିଲା।