Skip to content

ବିଜେଡି ହାତରେ ଦଶପଲ୍ଲା,ନୟାଗଡ଼ ବିଧାନସଭା ଆସନ

ନୟାଗଡ, ଦଶପଲ୍ଲା : ଗଡ ରକ୍ଷାକଲେ – ରମେଶ ଓ ଅରୁଣ
ପୁଣି ବାଜି ମାରିଲେ ରମେଶ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବି ଜେ ପି ପ୍ରାର୍ଥୀ ରାଘବ ମଲିକଙ୍କୁ ୬୨୯୬ ଖଣ୍ଡ ଭୋଟରେ ପରାସ୍ତ କରି , ପୁନର୍ବାର ବିଜୟୀ ହୋଇଛନ୍ତି । ସମଗ୍ର ଓଡ଼ିଶାରେ ବିଜେପିର ଲହର୍ ଜାରି ରହିଥିବାବେଳେ , ଏହି ଲହର୍ ରେ ଚିତପଟ୍ଟାଂଗ୍ ମାରିଛନ୍ଣି ବହୁ ବିଜେଡି ଦୁର୍ଗାଧିପତି । ହେଲେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତକରି ଦଶପଲ୍ଲା ବିଧାନସଭା ଆସନ ହାତେଇଛି ବି ଜେ ଡି । ପୁଣି ଥରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବି ଜେ ଡି ର ଅଭେଦ୍ୟ ଗଡ ବୋଲି ପ୍ରମାଣିତ ହୋଇଛି । ମଙ୍ଗଳବାର ଦିନ ଭୋଟ୍ ଗଣନା ପରେ ଦଶପଲ୍ଲା ବିଧାନସଭା ଆସନକୁ ପୁଣି ଥରେ କବ୍‌ଜା କରିଛି ବିଜେଡି । ସରଳ ତଥା ଅମାୟୀକ ରାଜନେତା ଭାବରେ ଜଣାଶୁଣା ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବି ଜେ ପି ପ୍ରାର୍ଥୀ ରାଘବ ମଲିକଙ୍କୁ ୬୨୯୬ ଖଣ୍ଡ ଭୋଟରେ ପରାସ୍ତ କରି , ପୁନର୍ବାର ବିଜୟୀ ହୋଇଛନ୍ତି ।

ବିଜେଡି ପ୍ରାର୍ଥୀ ରମେଶଙ୍କୁ ୬୨୦୩୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ପ୍ରଥମ କରି ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥ‌ିବା ବିଜେପି ପ୍ରାର୍ଥୀ ରାଘବଙ୍କୁ ୫୫୭୪୩ ଖଣ୍ଡ ଭୋଟ୍ ମିଳିଛି । ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ନକୁଳ ନାୟକଙ୍କୁ ୫୨୫୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ମାନସ ଲୋକ ଶକ୍ତି ଦଳର ସନ୍ତୋଷ ନାୟକଙ୍କୁ ୮୪୫ ଖଣ୍ଡ ଭୋଟ୍ ମିଳିଛି। ସେହିଭଳି ସ୍ଵାଧୀନ ପ୍ରାର୍ଥୀ ରବୀନ୍ଦ୍ର ସେଠୀ ୧୦୬୭୩, ଇନ୍ଦୁମତୀ ନାୟକ ୧୯୫୧, କାହ୍ନୁ ଚରଣ ନାୟକ ୯୧୦, ସୁରଥ ନାଏକଙ୍କୁ ୭୪୭ ଖଣ୍ଡ ଭୋଟ୍ ମିଳିଛି । ନୋଟାରେ ୧୫୭୦ ଖଣ୍ଡ ଭୋଟ୍ ଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ମଇ ୨୦ ତାରିଖରେ ଦଶପଲ୍ଲା ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା ।

Ad 1