ବିଦ୍ୟାଳୟ କ୍ଲାସ ରୁମ ରୁ ଭିଡି ଆଣି ଦୁଇ ଛାତ୍ର ଙ୍କୁ ନିର୍ଧୁମ ପିଟିଲେ ଯୁବକ, ସଦର ଥାନା ରେ ମାମଲା,

ନୟାଗଡ଼ ବ୍ଳକ ଅନ୍ତର୍ଗତ ମାଛିପଡ଼ା ଶ୍ୟାମା ବନ୍ଧୁ ଉଚ୍ଚ ବିଦ୍ୟାଳୟ ରେ ଅଘଟଣ, ମିଳିତ ହୋଇ ଦୁଇ ଛାତ୍ର ଙ୍କୁ ବିଦ୍ୟାଳୟ ର କ୍ଲାସ ରୁମ ରୁ ଭିଡି ଆଣି ନିର୍ଧୁମ ମାଡ଼ ଦେଇ ଛନ୍ତି ଦୁଇ ଯୁବକ, ସୋସିଆଲ ମିଡ଼ିଆ ରେ ତାର ଜ୍ୱଳନ୍ତ ପ୍ରମାଣ ଘୁରି ବୁଲୁଚି, ସୂଚନା ଅନୁସାରେ ଗତ 24ତାରିଖ ରେ ଉକ୍ତ ବିଦ୍ୟାଳୟ ରେ ଦୁଇ ଛାତ୍ର ଗୋଷ୍ଠି ଙ୍କୁ ନେଇ ବିବାଦ ଦେଖା ଦେଇ ଥିଲା, ଯାହାକୁ ନେଇ ସମାଧାନ କରିବା ନିମନ୍ତେ ନିଷ୍ପତି ହୋଇଥିଲା, କିନ୍ତୁ ସ୍କୁଲ ପରିସରରେ ରେ କ୍ଲାସ ଚାଲିଥିବା ବେଳେ ଗତ ଘଟଣା କୁ ନେଇ ଅତର୍କିତ ଭାବେ ସ୍କୁଲ ପରିସରରେ ତୁମୁଳ କାଣ୍ଡ ଘଟାଇଛନ୍ତି ଦୁଇ ଯୁବକ, ତାଙ୍କ ମାଡ଼ରେ ଦୁଇ ଛାତ୍ରଆହାତ ହୋଇ ନୟାଗଡ଼ ମୁଖ୍ୟ ଚିକିତ୍ସା ଳୟ ରେ ଚିକିଶ୍ଚିତହେଉ ଥିବା ବେଳେ ହଠାତ ଦୁଇ ଛାତ୍ର ଗୁରୁତ୍ୱର ଅସୁସ୍ଥ ହୋଇଥିଲେସଂଗେ ସଂଗେ ମୁଖ୍ୟ ଚିକିତ୍ସା ଳୟ ରୁ ଦୁଇ ଛାତ୍ର ଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି ଘଟଣା କୁ ନେଇ ବେଲବଣି ଗ୍ରାମ ର ରାହୁଲ ନାୟକ, ସୁରେଶ ଚନ୍ଦ୍ର ନାୟକ ଓ 20ଜଣ ଯୁବକ ବେଲବଣୀ ଗ୍ରାମ ର ଗ୍ରାମ୍ୟ ସଭାପତି ଙ୍କ ପରାମର୍ଶ କ୍ରମେଦୁଇ ଯୁବକ ବିଦ୍ୟାଳୟ କୁ ଆସି ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରି, ଛାତ୍ର ଅନିଲ ସାହୁ, ଓ ଶୁଭମ ବାଡ଼ତିଆ ଙ୍କୁ ଶ୍ରେଣୀ ଗୃହ ରୁ ବାହାର ଙ୍କୁ ଆଣି ନିର୍ଧୁମ ତଡି ତଡି ମାଡ଼ ମାରିଥିଲେ, ଏହାକୁ ଦେଖି ସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ସମେତ ଅନ୍ୟ ଶିକ୍ଷକ ମାନେ ଛଡାଇବା ପାଇଁ ଚେଷ୍ଟା କରିଥିଲେ, ମାଡ଼ରୁ ବର୍ତ୍ତୀ ନଥିଲେ ସ୍କୁଲ ଶିକ୍ଷକ ମାନେ, ଏଥି ସହିତ ଆମେ ହରିଜନ ଆଦିବାସୀ ଲୋକ ମକଦମା କରି ଫସେଇ ଦେବାର ଧମକ ଦେଇ ଥିଲେ,

ଏହି ଘଟଣା ଙ୍କୁ ନେଇ ଉକ୍ତ ଅଞ୍ଚଳ ରେ ଭିର୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି, ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନ ଶିକ୍ଷକ ସଦର ଥାନା ର ଦ୍ୱାରସ୍ଥ ହୋଇଛନ୍ତି, ଗଣ୍ଡଗୋଳକୁ ଏଡାଇବା ପାଇଁ ସଦର ଥାନା ପୋଲିସ ଘଟଣା ସ୍ଥଳ ତଥା ବିଦ୍ୟାଳୟ ପରିସରରେ ପହଂଚିଥିବା ସୂଚନା ମିଳିଛି

You might also like