Skip to content

ବିଦ୍ୟାଳୟ ରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ସହିତ ବନ୍ଦେ ଉତ୍କଳ ଜନନୀ ଗାନ

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ପରିସରରେ ଭାଷା, ସାହିତ୍ୟ, ସୃଜନଶିଳତା ଉତ୍ସବ ଏବଂ ସମୁହ ବନ୍ଦେ ଉତ୍କଳ ଜନନୀ ଗାନ ଅନୁଷ୍ଠିତ ହୋଇଛି, ଏହି ଅବସରରେ ପ୍ରଥମେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଓଡ଼ିଆ ଭାଷା ର ପ୍ରଚାର ପ୍ରସାର ପାଇଁ ଶପଥ ପାଠ କରାଯାଇଥିବା ବେଳେ,

ପ୍ରଧାନ ଶିକ୍ଷୟତ୍ରୀ ରସିଦା ଖାତୁନ ଙ୍କ ଅଧକ୍ଷତା ରେ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକଶିକ୍ଷୟତ୍ରୀ, ଉମାକାନ୍ତ ମିଶ୍ର ନବଜ୍ୟୋତି ମହାପାତ୍ର, କୈଳାସ ରଥ, ଅଶୋକମିଶ୍ର, ଲକ୍ଷ୍ମୀଧର ସାହୁ, ପ୍ରଦୀପ୍ତ ଡାକୁଆ ଙ୍କ ସହିତ ଶିକ୍ଷୟତ୍ରୀ ପୁର୍ଣିମା ତ୍ରିପାଠୀ, ସୁଚିତ୍ରା ଦେବୀ, ରୋଜାଲିନ ମିଶ୍ର, ଜୋତିର୍ମୟୀ ରଥ, ସ୍ଵାଗତିକା ଦଳେଇ, ଭବାନି ଆଚାର୍ଯ୍ୟ, ସୌଦାମିନୀ ପ୍ରଧାନ, କାଦମ୍ବିନୀ କରଣ, ଅନୁସୂୟା ମିଶ୍ର, ଉପସ୍ଥିତ ରହି ଓଡ଼ିଆ ଭାଷା, ସାହିତ୍ୟ, ସୃଜନଶିଳତା ସମ୍ପର୍କ ରେ ଆଲୋଚନା କରିଥିଲେ,ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କୁଇଜ, କବିତା, ଗଳ୍ପ,ଚିତ୍ରକଳl,ଓନୃତ୍ୟ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ ଓ ସମୁହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1